ଦେଶରେ ପ୍ରଥମେ କାହାକୁ ମିଳିବ କରୋନା ଟିକା । ସରକାର ଭିତରେ ଓ ବାହାରେ ଚାଲିଛି ଆଲୋଚନା : ଆରମ୍ଭ ହେଲା ଚିହ୍ନଟ ପ୍ରକ୍ରିୟା, ପ୍ରଥମେ କୋଭିଡ୍ ଯୋଦ୍ଧାଙ୍କୁ ଦେବାକୁ ଅଧିକାଂଶ ମତ

576

କନକ ବ୍ୟୁରୋ : କରୋନା ମହାମାରୀର ମୁକାବିଲା ପାଇଁ ବିଶ୍ୱର ବିଭିନ୍ନ ଦେଶ ଟିକା ପ୍ରସ୍ତୁତିରେ ଲାଗିଛନ୍ତି । ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ପ୍ରସ୍ତୁତ ଟିକା ଆସନ୍ତା ମାସରେ ପ୍ରସ୍ତୁତ ହୋଇଯିବ ବୋଲି ଦାବି କରାଯାଉଛି । ଆମ ଦେଶରେ ମଧ୍ୟ କରୋନା ଟିକାର ମାନବ ପରୀକ୍ଷଣ ଆରମ୍ଭ ହୋଇସାରିଛି । ତେଣୁ ଖୁବଶୀଘ୍ର ଟିକା ଆସିବା ନେଇ ଆଶା କରାଯାଉଛି । ତେବେ ଟିକା ଆସିଲେ ପ୍ରଥମେ କାହାକୁ ଦିଆଯିବ । କିଏ ପାଇବାକୁ ଯୋଗ୍ୟ କରୋନାର ପ୍ରଥଣ ପର୍ଯ୍ୟାୟ ଟିକା । ଏନେଇ ଆରମ୍ଭ ହୋଇଯାଇଛି ଚିହ୍ନଟ ପ୍ରକ୍ରିୟା । ସରକାର ଏନେଇ । ଆଲୋଚନା ଆରମ୍ଭ କରିସାରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସ୍ୱତନ୍ତ୍ର ଅଧିକାରୀ ରାଜେଶ ଭୂଷଣ କହିଛନ୍ତି ଯେ, କାହାକୁ ପ୍ରଥମ ପର୍ଯ୍ୟାୟ କରୋନା ଟିକା ଦିଆଯିବ ସେନେଇ ସରକାର ଭିତରେ ଏବଂ ବାହାରେ ମଧ୍ୟ ଆଲୋଚନା କରାଯାଉଛି ।

କରୋନା ଲଢେଇରେ ଆଗଧାଡିରେ କାମ କରୁଥିବା କରୋନା ଯୋଦ୍ଧାଙ୍କୁ ପ୍ରଥମେ ଟିକା ଦେବା ପାଇଁ ଅଧିକାଂଶଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି । ତେବେ ଏହା ଚୂଡାନ୍ତ କରାଯାଇନାହିଁ । ଯଦି ପ୍ରଥମେ କୋଭିଡ୍ ଯୋଦ୍ଧାଙ୍କୁ ଟିକା ଦିଆଯାଏ ତେବେ ପ୍ରଶ୍ନ ଉଠୁଛି ଯେ, ଏହା ପରେ କାହାକୁ ଟିକା ଦିଆଯିବ  । ସରକାର ଏବଂ ବାହାରୁ ଅନେକ ବିତର୍କ ହେଉଛି । କୋଭିଡ୍ ଯୋଦ୍ଧାଙ୍କ ପରେ ବରିଷ୍ଠ ବ୍ୟକ୍ତି, ବିଭିନ୍ନ ରୋଗରେ ପୀଡିତ ଥିବା ବ୍ୟକ୍ତି ଏବଂ ସମାଜର ସାମାଜିକ ଓ ଅର୍ଥନୈତିକ ସ୍ତରରେ ଦୁର୍ବଳ ଥିବା ଲୋକଙ୍କ କଥା ଚିନ୍ତା କରାଯାଉଛି । କାରଣ ଏସବୁ ବର୍ଗର ଲୋକଙ୍କ ରୋଗ ପ୍ରତିରୋଧ ଶକ୍ତି କମ୍ ।

ତେଣୁ କୋଭିଡ୍ ଯୋଦ୍ଧାଙ୍କ ପରେ ଏହି ବର୍ଗଙ୍କୁ ପ୍ରାଥମିକତା ଦେବାକୁ ମତ ପ୍ରକାଶ ପାଇଛି । ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଯେ, ଟିକା ପ୍ରସ୍ତୁତ ହୋଇଯିବା ପରେ ତାଙ୍କ ଆଗରେ ମୁଖ୍ୟତ ୪ଟି ଚ୍ୟାଲେଂଜ ରହିବ । ପ୍ରଥମ ହେଲା ପ୍ରାଥମିକତା ଭିତିରେ ସଠିକ ବର୍ଗଙ୍କୁ ଟିକା କରଣ, ଅଧିକସଂଖ୍ୟାରେ ଟିକାକରଣ ନେଇ ଭିତିଭୂମି ତିଆରି କରିବା, ଟିକା ସୁରକ୍ଷିତ ଭାବେ ମହଜୁଦ ରଖିବା ଏବଂ ଟିକାକରଣ ନେଇ ତାଲିମ ପ୍ରଦାନ କରିବା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.