ପ୍ରଥମ ନ୍ୟାସନାଲ କଣ୍ଟେଟ୍ କ୍ରିଏଟର ଆୱାଡ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ । ୩ ଜଣ ଇଂଟରନ୍ୟାସନାଲ କ୍ରିଏଟରଙ୍କ ସମେତ ୨୩ ଜଣ ବିଜେତା ହେଲେ ସମ୍ମାନିତ

243

କନକ ବ୍ୟୁରୋ : ପ୍ରଥମ ନ୍ୟାସନାଲ କଣ୍ଟେଟ୍ କ୍ରିଏଟର ଆୱାଡ ପ୍ରଦାନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ହେଉଛି କାର୍ଯ୍ୟକ୍ରମ । ସାମାଜିକ ପରିପର୍ତନ, ପରିବେଶ ନିୟନ୍ତ୍ରଣ ଓ ଶିକ୍ଷା ଭଳି ୨୦ଟି ବିଭାଗରେ ଏହି ପୁରସ୍କାର ପ୍ରଦାନ କରାଯାଉଛି ।

ବିଭିନ୍ନ ବିଭାଗ ପାଇଁ ଦେଢ଼ ଲକ୍ଷ ନୋମିନେସନ ଆସିଥିବା ବେଳେ ଡିଜିଟାଲ ମାଧ୍ୟମରେ ୧୦ ଲକ୍ଷ ଭୋଟ ଗ୍ରହଣ କରାଯାଇଛି । ୩ ଜଣ ଇଣ୍ଟରନ୍ୟାସନାଲ କ୍ରିଏଟରଙ୍କ ସମେତ ୨୩ ଜଣ ବିଜେତାଙ୍କୁ ଲୋକଙ୍କ ଭୋଟ ଆଧାରରେ ପୁରସ୍କାର ପ୍ରଦାନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ