ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ଆଜି ପ୍ରଥମ ବୈଠକ । ଲୋକସଭା ନିର୍ବାଚନ ପାଇଁ ଘୋଷଣା ହୋଇପାରେ ୧୦୦ରୁ ୧୨୦ ପ୍ରାର୍ଥୀଙ୍କ ନାମ

92

କନକ ବ୍ୟୁରୋ: ବିଜେପିରେ କେନ୍ଦ୍ରୀୟ ନିର୍ବାଚନ କମିଟିର ପ୍ରଥମ ବୈଠକ ଆଜି ଦିଲ୍ଲୀରେ ବସିବ । ୨୦୨୪ ନିର୍ବାଚନ ପାଇଁ ବୈଠକରେ ବିଜେପିର ତୁଙ୍ଗ ନେତା ବସି ବିଚାରବିମର୍ଶ କରିବା ସହ ରଣନୀତି ପ୍ରସ୍ତୁତ କରିବେ । ସୂଚନା ଅନୁସାରେ ବୈଠକରେ ଲୋକସଭା ନିର୍ବାଚନ ପାଇଁ ୧୦୦ରୁ ୧୨୦ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ ବିଜେପି । ଏହାଛଡା ୨୦୧୪ ଓ ୧୦୧୯ରେ ଦଳ ହାରିଥିବା ଲୋକସଭା ଆସନକୁ ନେଇ ଚର୍ଚ୍ଚା ହୋଇପାରେ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।