କନକ ବ୍ୟୁରୋ: ଘୋଷଣା ହେଲା କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା । ପ୍ରଥମ ପ୍ରାର୍ଥୀ ତାଲିକାରେ ୩୯ ଜଣଙ୍କ ନାଁ ରହିଛି । ୮ଟି ରାଜ୍ୟର ୩୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ବାହାର କରିଛି କଂଗ୍ରେସ । କେରଳରୁ ୧୬, କର୍ଣ୍ଣାଟକ ୭, ଛତିଶଗଡ ୬, ତେଲେଙ୍ଗାନା ୪, ମେଘାଳୟ ୨, ନାଗାଲାଣ୍ଡ ୧, ତ୍ରିପୁରା ୧ ଓ ସିକ୍କିମ ୧, ଲାକ୍ଷାଦୀପ ପାଇଁ ବି ୧ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।
ତେବେ ସବୁଠାରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି । କେରଳର ୱାଏନାଡରୁ ଲଢିବେ ରାହୁଲ ଗାନ୍ଧୀ । କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକାରେ ରାହୁଲଙ୍କ ନାଁ ରହିଛି । ଗତଥର ୱାଏନାଡରୁ ଲଢି ବିଜୟୀ ହୋଇଥିଲେ ରାହୁଲ । ସେହିପରି ଥିରୁଅନନ୍ତପୁରମରୁ ଶଶିଥରୁର, ରାଜନନ୍ଦଗାଁଓରୁ ଭୂପେଶ ବଘେଲ ଓ ଆଲ୍ଲାପୁଝାରୁ କେସି ବେଣୁଗୋପାଳଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2024/03/21-7.jpg)