କନକ ବ୍ୟୁରୋ: କଟକ ମୁଣ୍ଡଳି ବ୍ୟାରେଜରେ ପହଞ୍ଚିଲା ବର୍ଷର ପ୍ରଥମ ବନ୍ୟାଜଳ । ଫଳରେ ଫୁଲୁଛି ମହାନଦୀ ଓ ଅନ୍ୟ ଶାଖା ନଦୀର ଜଳସ୍ତର । ଜଳ ସମ୍ପଦ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ବାଲେଶ୍ୱର ମାଥାନୀଠାରେ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ବରମୂଳଠାରେ ଏହା ସ୍ଥିର ରହିଛି । ତେବେ ଅନ୍ୟ ସ୍ଥାନ ମାନଙ୍କରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ସେଭଳି କୌଣସି ସୂଚନା ନାହିଁ ।
ତେବେ ଆଜି ମୁଣ୍ଡଳିରେ ହୀରାକୁଦ ପାଣି ପହଞ୍ଚିଥିବାରୁ ମହାନଦୀରେ ଜଳସ୍ତର ବଢୁଛି । ଏହା ବଢିବ ମଧ୍ୟ । ତେବେ ଏଠାରେ ଜଳ ପ୍ରବାହ ୫.୧୦ ଲକ୍ଷ କ୍ୟୁସେକ୍ସ ମଧ୍ୟରେ ରହିବ । ତେଣୁ ବନ୍ୟା ନେଇ କୌଣସି ଭୟ ନାହିଁ ବୋଲି କହିଛନ୍ତି ବିଭାଗୀୟ ମୁଖ୍ୟଯନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/26-18.jpg)