ଧାରା ୩୭୦ ଉଚ୍ଛେଦ ପରେ ଘାଟୀରେ ପ୍ରଥମ ନିର୍ବାଚନ ଫଳାଫଳ । ଜିଲ୍ଲା ବିକାଶ ପରିଷଦ ନିର୍ବାଚନରେ ବିଜେପି ଦଖଲରେ ଜମ୍ମୁ, କଶ୍ମୀରରେ ଗୁପକାର ମେଂଟର 

138

କନକ ବ୍ୟୁରୋ : ବିଜେପି ଦଖଲରେ ଜମ୍ମୁ, କଶ୍ମୀରରେ ଗୁପକାର ମେଂଟର ବାଜିମାତ । ଫାରୁକ ଅବଦୁଲ୍ଲାଙ୍କ ନେତୃତ୍ୱାଧିନ ଗୁପକାର ମେଂଟ ଜମ୍ମୁକଶ୍ମୀରରେ ଆୟୋଜିତ ଜିଲ୍ଲା ବିକାଶ ପରିଷଦ ନିର୍ବାଚନରେ ବାଜିମାତ କରିଛି । ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ଏହି କେନ୍ଦ୍ର ଶାସିତ ଅଂଚଳରେ କୌଣସି ନିର୍ବାଚନ ଆୟୋଜିତ ହୋଇଥିଲା ।

ବିଜେପି ଦଖଲରେ ଜମ୍ମୁ, କଶ୍ମୀରରେ ଗୁପକାର ମେଂଟର ବାଜିମାତ । ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ କରି ଆୟୋଜିତ ହୋଇଥିବା ନିର୍ବାଚନରେ ବାଜିମାତ କରିଛି ଗୁପକାର ମେଂଟ । ୨୮୦ଆସନରୁ ଗୁପକାର ମେଂଟ ୧୧୦ଅଧିକ ଆସନ ହାତେଇ ସାରିଛି । ସେପଟେ ବିଜେପିକୁ ୭୦ରୁ ଅଧିକ ଆସନ ମିଳିଛି ।

ଧାରା ୩୭୦ ଉଚ୍ଛେଦ ହେବା ପରେ କେନ୍ଦ୍ର ଶାସିତ ଅଂଚଳରେ ପ୍ରଥମ ଥର ପାଇଁ ଜିଲ୍ଲା ପରିଷଦ ନିର୍ବାଚନ ଆୟୋଜିତ ହୋଇଥିଲା । ନଭେମ୍ବର ୨୮ରୁ ନିର୍ବାଚନ ଆରମ୍ଭ ହୋଇ ୮ଟି ପର୍ଯ୍ୟାୟରେ ଶେଷ ହୋଇଥିଲା ଭୋଟିଂ । ଏଥିରେ ଜମ୍ମୁରେ ୧୪୦ ଓ କଶ୍ମୀରରେ ୧୪୦ଟି ଆସନ ପାଇଁ ହୋଇଥିଲା ମତଦାନ । ନିର୍ବାଚନର ଫଳାଫଳ ଆସୁଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଗୁପକାର ମେଂଟ ।

ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାର ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିତିବାରୁ ଏହା ବିରୋଧରେ ନ୍ୟାସନାଲ କନଫରେନ୍ସ ଓ ମେହବୁବା ମୁଫତିଙ୍କ ପିଡିପି ଭଳି ୭ଟି ଦଳ ଏକାଠି ହୋଇ ଗୁପକାର ମେଂଟ ଗଠନ କରିଛନ୍ତି । ଡିଡିସି ନିର୍ବାଚନରେ ମେଂଟ ସପକ୍ଷରେ ୧୧୨ରୁ ଅଧିକ ଆସନ ଯାଇଥିବା ବେଳେ ବିଜେପି ୭୦ରୁ ଅଧିକ ଆସନ ହାତେଇଛି । ସେହିପରି କଂଗ୍ରେସ ୧୫ରୁ ଅଧିକ ଆସନରେ ଜିତିଛି । ଜିଲ୍ଲା ବିକାଶ ପରିଷଦ ନିର୍ବାଚନରେ ୪ହଜାର ୧୮୧ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । ଏଥିରେ ୩ହଜାର ୭୩୧ ପୁରୁଷ ପ୍ରାର୍ଥୀ ଓ ୪୫୦ମହିଳା ପ୍ରାର୍ଥୀ ରହିଛନ୍ତି ।