ଡ୍ରାଇଭିଙ୍ଗ ଲାଇସେନ୍ସ ପାଇବାରେ ପ୍ରଥମ ବାମନ । ବଖାଣିଲେ ସଂଘର୍ଷର କାହାଣୀ

283

କନକ ବ୍ୟୁରୋ: କୁହାଯାଏ ଯାହା ସ୍ୱପ୍ନ ଯେତେ ଜୀବନ୍ତ ସେମାନେ ସେତେ ସଫଳ । ସଫଳତାର ଆକାଶକୁ ଉଡିଯିବାକୁ ହେଲେ ଡେଣା ନୁହେଁ ଦୃଢ ଆତ୍ମବିଶ୍ୱାସ ଲୋଡା, ଯାହାକୁ ପ୍ରମାଣ କରିଛନ୍ତି ହାଇଦ୍ରାବାଦ ବାସିନ୍ଦା ଗଟ୍ଟିପଲ୍ଲି ଶିବପାଲ । ସବୁ ନିୟମ ଆଗକୁ ଦୁଇପାଦ ବଢିଯାଇ ରଚିଯାଇଛନ୍ତି ଉଦାହରଣ ।

ଆମ ଦେଶରେ ଅନେକ ନିୟମ ଆଧାରରେ ଦିଆଯାଏ ଡ୍ରାଇଭିଙ୍ଗ ଲାଇସେନ୍ସ । ସେଥିରୁ ଉଚ୍ଚତା ଅନ୍ୟତମ । ଏହି ଦୃଷ୍ଟିରୁ ବାମନ ମାନଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ ମନା । ହେଲେ ଏହି ନିୟମକୁ ପଛରେ ପକାଇ ସମସ୍ତଙ୍କ ଅକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଯାଇଛନ୍ତି ଶିବପାଲ । ଡ୍ରାଇଭିଙ୍ଗ ଲାଇସେନ୍ସ ପାଇବାରେ ସେ ହେଉଛନ୍ତି ଦେଶର ପ୍ରଥମ ବାମନ  । ୪୨ ବର୍ଷିୟ ଶିବପାଲଙ୍କ ଉଚ୍ଚତା ମାତ୍ର ୩ ଫୁଟ  ।ହେଲେ ଏତେ କମ ଉଚ୍ଚତାରେ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ  । ହେଲେ ଏହି ସଫଳତା ପାଇଁ ତାଙ୍କୁ ଅକେ ସଂଘର୍ଷର ସାମନା କରିବାକୁ ପଡିଛି । ଏନେଇ କ’ଣ କୁହନ୍ତି ଶିବପାଲ ଶୁଣନ୍ତୁ ।

ଶିବପାଲଙ୍କ ଜୀବନ ଅନେକ ସଂଘର୍ଷରେ ଭରା । ହେଲେ ନିଜ ଉପରୁ କେବେବି ବିଶ୍ୱାସ ହାରି ନାହାଁନ୍ତି । ସମାଜର ପ୍ରତିଟି ପ୍ରତିବନ୍ଧକକୁ ଦୃଢତାର ସହ ହରାଇଛନ୍ତି । ବାମନ ବୋଲି ପିଲାଟିବେଳୁ ଅନେକ ଥଟାଟାପରାର ସାମନା କରିଛନ୍ତି ହେଲେ ସବୁକୁ ଯେମିତି ନିଜ ଭିତରେ ଚାପିରଖି ଆଗକୁ ବଢିଛନ୍ତି । ତାଙ୍କର ଦୃଢ ମନୋବଳ ତାଙ୍କୁ ଆଜି ଦେଇଛି ସ୍ୱତନ୍ତ୍ର ପରିଚୟ । କେବଳ ଡ୍ରାଇଭିଙ୍ଗରେ ନୁହେଁ ପୂର୍ବରୁ କିଛି ସିରିଏଲରେ ଅଭିନୟ କରି ଲୋକଙ୍କ ନଜରକୁ ଆସିସାରିଛନ୍ତି ଶିବପାଲ ।

ଏବେ ଆଉ କାହାରି ପରିହାସକୁ ଖାତିର ନାହିଁ ।ଆଗକୁ ତାଙ୍କ ପରି ଅନେକ ବାମନ ଓ ଭିନ୍ନକ୍ଷମଙ୍କୁ ଡ୍ରାଇଭିଙ୍ଗ ଶିଖାଇବାକୁ ଏକ ଡ୍ରାଇଭିଙ୍ଗ ସ୍କୁଲ ଖୋଲିବାକୁ ଯୋଜନା ରଖିଛନ୍ତି ଶିବପାଲ ।