ପାକିସ୍ତାନରେ ପ୍ରଥମ ଟ୍ରାନ୍ସଜେଣ୍ଡର ମହିଳାଙ୍କୁ ମିଳିଲା ଡ୍ରାଇଭିଙ୍ଗ ଲାଇସେନ୍ସ :୧୫ ବର୍ଷ ଧରି ବିନା କୌଣସି ଲାଇସେନ୍ସରେ ଚଲାଉଥିଲେ ଗାଡି
ବର୍ତ୍ତମାନ ପାକିସ୍ତାନରେ ପାଖାପାଖି ୫୦୦,୦୦୦ ଟ୍ରାନ୍ସଜେଣ୍ଡର ରହୁଛନ୍ତି ।
ପାକିସ୍ତାନର ଯାତାୟାତ ଅଧିକାରୀ ଦେଶର ଇତିହାସରେ ପ୍ରଥମ ଥର ଟ୍ରାନ୍ସଜେଣ୍ଡର ମହିଳାଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ ଉପଲବ୍ଧ କରାଇଛନ୍ତି । ରିପୋର୍ଟ ମୁତାବକ, ଇସଲାମାବାଦ ଟ୍ରାଫିକ୍ ପୁଲିସ୍(ଆଇଟିପି) ଲୈଲା ଅଲିଙ୍କୁ ଇସଲାମାବାଦ ପୁଲିସ ପ୍ରମୁଖଙ୍କ ବିଶେଷ ନିର୍ଦ୍ଦେଶ ଅଧିନରେ ଲାଇସେନ୍ସ ଉପଲବ୍ଧ କରାଇଛନ୍ତି । ଇସଲାମାବାଦ ପୁଲିସ ପ୍ରମୁଖ କହିଛନ୍ତି କି, ସେ ୧୫ ବର୍ଷ ଧରି ବିନା କୌଣସି ଲାଇସେନ୍ସରେ ଗାଡି ଚଲାଉଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଲୈଲା କହିଲେ କି, ପୁଲିସ୍ ଏହା ଆଶ୍ୱାସନା ଦେଲା କି, ଟ୍ରାନ୍ସଜେଣ୍ଡର ସମୁଦାୟଙ୍କ ଅସୁବିଧା ଉପରେ ନଜର ରଖାଯିବ । ବର୍ତ୍ତମାନ ପାକିସ୍ତାନରେ ପାଖାପାଖି ୫୦୦,୦୦୦ ଟ୍ରାନ୍ସଜେଣ୍ଡର ରହୁଛନ୍ତି । ମେ’ ରେ ପାକିସ୍ତାନ ସଂସଦ ଟ୍ରାନ୍ସଜେଣ୍ଡର ପର୍ସନ୍ସ ଆକ୍ଟ ପାରିତ କରିଥିଲା । ଯେଉଁଥିରେ ଏହି ଲୋକଙ୍କ ସୁରକ୍ଷା ଓ ଅଧିକାର ଗୁଡିକର ପ୍ରାବଧାନ ଅଛି ।