କରୋନାର ଆତଙ୍କ ଭିତରେ ଆସିଲା ଭଲ ଖବର: ସୁସ୍ଥ ହେଲେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ; ଯୁବକଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ କ୍ୟାପିଟାଲ ହସ୍ପିଟାଲରୁ ଡିସଚାର୍ଜ

817

କନକ ବ୍ୟୁରୋ: କରୋନାର ଆତଙ୍କ ଭିତରେ ରାଜ୍ୟବାସୀଙ୍କୁ ଆଶ୍ୱସ୍ଥି କଲା ଭଳି ଭଲ ଖବର ସାମ୍ନାକୁ ଆସିଛି । ସୁସ୍ଥ ହୋଇ ଡାକ୍ତରଖାନା ଛାଡିଲେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ । ଚିକିତ୍ସିତ ହେଉଥିବା ଯୁବକଙ୍କ ରକ୍ତ ନମୁନା ରିପୋର୍ଟ ନେଗେଟିଭ୍ ଆସିବା ପରେ ଆଜି ତାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।  ଓଡିଶାରୁ ଯାଇ ଇଟାଲୀରେ ଗବେଷଣା କରୁଥିବା ଏହି ୩୩ ବର୍ଷିୟ ଯୁବକଙ୍କ ଦେହରେ କରୋନା ଭୁତାଣୁ ଥିବା ଚିହ୍ନଟ ହେବା ପରେ ତାଙ୍କର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । ବର୍ତ୍ତମାନ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

ତେବେ ଏବେ ଚିକିତ୍ସିତ ଆଉ ୩ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ ପୂର୍ବ ଦ୍ୱିତୀୟ ଆକ୍ରାନ୍ତ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ । ଆଜି ପ୍ରଥମ ଆକ୍ରାନ୍ତ ଡାକ୍ତରଖାନା ଛାଡିବା ପରେ ରାଜ୍ୟର ମୋଟ ୫ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ଚିକିତ୍ସା ପରେ ଡିସଚାର୍ଜ ହୋଇଛନ୍ତି ।