କନକ ବ୍ୟୁରୋ: ନୂଆ ସରକାରର ପ୍ରଥମ ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଜେଟ ପରିମାଣ ୨ଲକ୍ଷ ୬୫ ହଜାର କୋଟି । ୨୦୨୩-୨୪ ତୁଳନାରେ ୧୫ ପ୍ରତିଶତ ଅଧିକ ବଜେଟ । କାର୍ଯ୍ୟକ୍ରମ ବଜେଟ ୧ ଲକ୍ଷ ଲକ୍ଷ ୫୫ ହଜାର କୋଟି । ସେହିପରି ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କଲେ ରାଜ୍ୟ ସରକାର । ସିଏମ କିଷାନ ଯୋଜନା ପାଇଁ ୧୯୩୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ପିଏମ କିଷାନ ଢାଞ୍ଚାରେ ଆରମ୍ଭ ହେବ ସିଏମ କିଷାନ ଯୋଜନା ।

ଗୋପନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୩ ହଜାର ୫୬ କୋଟି ଟଙ୍କାର ବ୍ୟୟ ବରାଦ । ଆୟୁଷ୍ମାନ ଭାରତ ଯୋଜନା ପାଇଁ ୫୦୦ କୋଟିର ବ୍ୟୟବରାଦ ହୋଇଛି । ଶ୍ରୀ ଅନ୍ନ ଅଭିଯାନକୁ ୬୪୯ କୋଟି ଟଙ୍କାର ବ୍ୟୟ ବରାଦ । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୨୪୬୨ କୋଟି ଟଙ୍କାର ବ୍ୟୟବରାଦ ।