କନକବ୍ୟୁରୋ: ମୋଦୀ ସରକାରଙ୍କ ଥ୍ରୀ ପଏଣ୍ଟ ଜିରୋ ପାଳିର ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୪୮ ଲକ୍ଷ କୋଟିରୁ ଅଧିକ ଟଙ୍କାର ବ୍ୟୟ ବରାଦ କରିଛନ୍ତି। ବଜେଟରେ ସବୁଠୁ ଅଧିକ ସଡ଼କ ଓ ପରିବହନ ବିଭାଗକୁ ଦିଆଯାଇଛି। ଦ୍ବିତୀୟରେ ପ୍ରତିରକ୍ଷା ମନ୍ତ୍ରାଳୟ ପାଇଁ ବଜେଟରେ ବ୍ୟୟଅଟକଳ କରାଯାଇଛି। ତୃତୀୟରେ କୃଷିମନ୍ତ୍ରଣାଳୟ ପାଇଁ ୧ ଲକ୍ଷ ୫୧ହଜାର ୮୫୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୋଦୀ ସରକାର ଆସିଲା ୨୦୨୪-୨୫ ସାଧାରଣ ବଜେଟ û ଗରିବ, କୃଷକ, ମହିଳା ଓ ଯୁବକଙ୍କୁ ଗୁରୁତ୍ବ

Advertisment

ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ ଗରିବ, ଚାଷୀ, ମହିଳା ଓ ଯୁବକଙ୍କୁ ଗୁରୁତ୍ୱ ଦିଆଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି। ଚଳିତ ଆର୍ଥିକ ବର୍ଷ ପାଇଁ ବ୍ୟୟ ବରାଦ

ବଜେଟରେ କାହାକୁ ମିଳିଲା କ’ଣ?

ବଜେଟରେ କୃଷିମନ୍ତ୍ରଣାଳୟ ପାଇଁ ୧ ଲକ୍ଷ  ୫୧ହଜାର ୮୫୧ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି ମୋଦୀ ସରକାର ।

ପ୍ରାକୃତିକ ପ୍ରକ୍ରିୟାରେ ଚାଷ ପାଇଁ ୧ କୋଟି ଚାଷୀଙ୍କୁ ପ୍ରୋତ୍ସାହନ

ଦେଶର ଟପ୍ ୫୦୦ କମ୍ପାନୀରେ ଯୁବକଙ୍କୁ ଇଟର୍ଣ୍ଣସିପ୍ ସୁବିଧା

୧ ବର୍ଷ ଯାଏଁ ପ୍ରତି ମାସରେ ୫ହଜାର ଟଙ୍କା ଭତ୍ତା

ମୁଦ୍ରା ଯୋଜନାରେ ରୁଣ ସୀମା ୧୦ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆଉ ୫ ବର୍ଷ ବଢିଲା

ଓଡ଼ିଶାକୁ ଟୁରିଜମ ସ୍ପଟ କରିବାରେ ସହାୟତା

 ୨୫ ହଜାର ଗାଁକୁ ଯିବ ପକ୍କା ରାସ୍ତା

 କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ  

ଚଳିତ ବଜେଟରେ ମୋଦୀ ସରକାର ଗ୍ରାମାଞ୍ଚଳରୁ ମହାକାଶ ଯାଏଁ ବିକଶିତ ଭାରତ ପାଇଁ ଯୋଜନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ ଯୋଜନାରେ ୨୫ ହଜାର ଗାଁକୁ ପକ୍କାରାସ୍ତ ନିର୍ମାଣ

କର୍ମଜୀବୀ ମହିଳାଙ୍କ ପାଇଁ ନିର୍ମାଣ ହେବ ହଷ୍ଟେଲ

ସହରାଞ୍ଚଳରେ ଘର ପାଇଁ ଶସ୍ତାରେ ରୁଣ ପାଇଁ ସୁଧ ସବସିଡି ଯୋଜନା

ଦେଶରେ ଆଉ ୧୨ଟି ଶଳ୍ପ ଉଦ୍ୟାନ ପ୍ରତିଷ୍ଠା ହେବ

ସ୍ପେସ ଇକୋନମି ପାଇଁ ୧ ହଜାର କୋଟି ଟଙ୍କାର ବୁଷ୍ଟର

ବଜେଟରେ ସଡକ ଓ ପରିବହନ ମନ୍ତ୍ରାଳୟ ପାଇଁ ସର୍ବାଧିକ ୫ ଲକ୍ଷ ୪୪ ହଜାର କୋଟିରୁ ଅଧିକ ଟଙ୍କାର ବ୍ୟୟ ବରାଦ କରାଯାଇଛି । ସେହିପରି ପ୍ରତିର କ୍ଷା ମନ୍ତ୍ରାଳୟ ପାଇଁ ୪ଲକ୍ଷ ୫୪ ହଜାର କୋଟିରୁ ଅଧିକ ଟଙ୍କାର ବ୍ୟବସ୍ଥା କରିଛନ୍ତି ମୋଦୀ ସରକାର ।