ନିଆଁରେ ଜଳିଗଲା ଲକ୍ଷାଧିକ ଟଙ୍କାର ଧାନ ଫସଲ : ନବରଙ୍ଗପୁର ଜୋଡେଙ୍ଗା ଗାଁରେ ଜଳିଗଲା ଧାନ; ବ୍ୟାଙ୍କ ଋଣ ସୁଝିବା ପାଇଁ ଚିନ୍ତାରେ ଚାଷୀ 

46

କନକ ବ୍ୟୁରୋ : ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ଧାନ ଫସଲ । ନବରଙ୍ଗପୁର ସୀମାନ୍ତ ରାଇଘର ବ୍ଲକ ଜୋଡେଙ୍ଗା ଗାଁରେ ପାଂଚଟି ଧାନ କୂପରେ ନିଆଁ ଲାଗିଛି । ଏହି ଅଗ୍ନିକାଣ୍ଡରେ ଗାଁର ମୋଙ୍ଗୁଲୁ ଗଣ୍ଡଙ୍କର ୩ ଏକର, ବିଶ୍ୱନାଥ ଗଣ୍ଡଙ୍କର ୫ ଏକର ଏବଂ ରତନୀ ଗଣ୍ଡଙ୍କର ଗୋଟିଏ ଧାନ ଫସଲ ପୁରା ଜଳି ଯାଇ ପାଉଁଶ ହୋଇଯାଇଛି । ନିଆଁ ଲିଭାଇବାକୁ ଦମକଳ ବାହିନୀକୁ ନାକେଦମ୍ ହେବାକୁ ପଡିଥିଲା । ତେବେ ଧାନ ଗୁଡିକରେ କିଏ ନିଆଁ ଲଗାଇଲା , କିପରି ଅଗ୍ନିକାଣ୍ଡ ଘଟିଲା କିଛି ଜଣାପଡିନି । ଋଣ କରି ଚାଷ କରିଥିବା ଚାଷୀ କେମିତି ଋଣ ସୁଝିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ।