ବରଗଡ ସଦର ହସ୍ପିଟାଲର ଶିଶୁ ବିଭାଗରେ ଲାଗିଲା ନିଆଁ : ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁଶ

ନିଆଁକୁ ଆୟତ କରିବାକୁ ଅଗ୍ନଶିମ ବିଭାଗର କସରତ; କାରଣ ଅସ୍ପଷ୍ଟ

92

କନକ ବ୍ୟୁରୋ : ବରଗଡ ହସ୍ପିଟାଲରେ ଲାଗିଲା ନିଆଁ । ଅଳ୍ପକେ ବର୍ତିଲେ ରୋଗୀ । ବିଳମ୍ବିତ ରାତିରେ ବରଗଡ ଜିଲ୍ଲା ସଦର ମହକୁମା ହସ୍ପିଟାଲ ଉପର ମହଲା ପେଡେଟିକ ୱାର୍ଡରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ମେଡିସିନ୍, ସାଲାଇନ୍, ବେଡ ସମେତ ହସ୍ପିଟାଲରେ ବ୍ୟବହାର ହେଉଥିବା ଅନେକ ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି ।

ଖବର ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, କର୍ମଚାରୀଙ୍କୁ ନିଆଁ ଆୟତ କରିବା ପାଇଁ ୨ରୁ ୩ ଘଂଟା ସମୟ ଲାଗିଥିଲା । ତେବେ କେଉଁ କାରଣରୁ ନିଆଁ ଲାଗିଥିଲା, ସେନେଇ କାରଣ ଅସ୍ପଷ୍ଟ ରହିଛି ।