କାବୁ ହେଲା ବାଲୁଖଣ୍ଡ ଅଭୟାରଣ୍ୟରେ ଲାଗିଥିବା ନିଆଁ । ସ୍ଥାନୀୟ ଲୋକଙ୍କ ସହାୟତାରେ ବନବିଭାଗର କର୍ମଚାରୀ ନିଆଁକୁ କଲେ ଆୟତ

76

କନକ ବ୍ୟୁରୋ : ଆୟତ ହେଲା ବାଲୁଖଣ୍ଡ ଅଭୟାରଣ୍ୟରେ ଲାଗିଥିବା ନିଆଁ । ବନ ବିଭାଗ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ କରାଯାଇଛି । ଗତକାଲି ୧୪ ନମ୍ବର ଜୋନ ବେଲଦଳ ନିକଟରେ ନିଆଁ ଲାଗିଥିଲା । ପୁରୀ-କୋଣାର୍କ ରାସ୍ତାରେ ରହିଛି ବାଲୁଖଣ୍ଡ ଅଭୟାରଣ୍ୟ ।
ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ । ଗତକାଲି ସକାଳେ ଏଠାରେ କିଛି ଯୁବକ ଭୋଜି କରୁଥିଲେ । ଏହା ପରେ ସନ୍ଧ୍ୟାରେ ଅଭୟାରଣ୍ୟରେ ନିଆଁ ଲାଗିଥିଲା । ଏଠାରେ ବହୁ ସଂଖ୍ୟାରେ ହରିଣ ରହିଛନ୍ତି । ପ୍ରାୟ ୮୭ କିଲୋମିଟର ଅଂଚଳରେ ପରିବ୍ୟାପ୍ତ ହୋଇଛି ବାଲୁଖଣ୍ଡ ଅଭୟାରଣ୍ୟ । ୧୯୮୪ ମସିହାରେ ଏହି ଅଭୟାରଣ୍ୟର ପରିକଳ୍ପନା କରାଯାଇଥିଲା । ଇକୋଲଜିକାଲ ପର୍ଯ୍ୟଟନ ପାଇଁ ଏହି ଅଞ୍ଚଳ ବେଶ ଅନୁକୂଳ ବୋଲି କୁହାଯାଇଛି । ବଙ୍ଗୋପସାଗରକୁ ଲାଗିଛି ଏହି ବାଲୁଖଣ୍ଡ ଅଭୟାରଣ୍ୟ