ବିଗୁଡୁଛି ଶ୍ରୀଲଙ୍କାର ଆର୍ଥିକ ପରିସ୍ଥିତି: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ ବଢୁଛି ଦାବି 

112

କନକ ବ୍ୟୁରୋ: ଶ୍ରୀଲଙ୍କାରେ ଦିନକୁ ଦିନ ପରିସ୍ଥିତି ବିଗିଡିବାରେ ଲାଗିଛି । ଆର୍ଥକ ମାନ୍ଦାବସ୍ତା ପାଇଁ ଶ୍ରୀଲଙ୍କାରେ ନବପର୍ଷ ପାଳନ ମଧ୍ୟ ଫିକା ପଡିଛି । ରାସ୍ତା କଡରେ ଟେଂଟ ଲଗାଇ ରାଜପକ୍ଷ ସରକାର ବିରୁଦ୍ଧରେ  ବିରୋଧ ପ୍ରଧର୍ଶନ କରୁଛନ୍ତି ଶ୍ରୀଲଙ୍କା ନାଗରୀକ । ସପେଟେ ବିରୋଧକୁ ସମର୍ଥନ ଜଣାଇ ୨୪ ଘଂଟିଆ ଆମରଣ ଅନସନରେ ବସିଲେ ଶ୍ରୀଲଙ୍କାର ପୁବର୍ତନ କ୍ରିକେଟର ଧାମ୍ମିକା ପ୍ରସାଦ ।

ଶ୍ରୀଲଙ୍କାରେ ଦିନକୁ ଦିନ ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି । ଆର୍ଥିକ ସଂକଟ ଯୋଗୁଁ ଦେଶର ଚାରିଆଡେ ହାହାକାର ପରିସ୍ଥିତି । ଶ୍ରୀଲଙ୍କା ରାସ୍ତାରେ ସାଧାରଣ ନାଗରିକ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ରାସ୍ତା କଡରେ ହାତରେ ପ୍ଲା କାର୍ଡ ଧରି ରାଜପକ୍ଷ ସରକାର ବିରୋଧରେ ପ୍ରଦର୍ଶନ କରୁଛନ୍ତି ହଜାର ହଜାର ଲୋକ । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଓ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଇସ୍ତଫା ଦାବି ଜୋର ଧରିବାରେ ଲାଗିଛି । ଏହାରି ଭିତରେ ବିରୋଧ ପ୍ରଦର୍ଶନକୁ ସମର୍ଥନ କରିଛନ୍ତି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ଧାମିକା ପ୍ରସାଦ । ଶ୍ରୀଲଙ୍କା ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୨୦୧୯ରେ ଘଟିଥିବା ଇଷ୍ଟର୍ଣ୍ଣ ସଣ୍ଡେ ବିସ୍ଫୋରଣ ଘଟଣାରେ ମୃତ ପରିବାରକୁ ନ୍ୟାୟ ଦାବି କରି ଅନଶନରେ ବସିଛନ୍ତି ଧାମିକା ପ୍ରସାଦ ।

ଭିଷଣ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛି  ଶ୍ରୀଲଙ୍କା । ଦେଶରେ ଗମ୍ଭୀର ପରିସ୍ଥିତି କାରଣରୁ ଶ୍ରୀଲଙ୍କା ନବବର୍ଷ ମଧ୍ୟ ଫିକା ପଡିଛି । ଏପ୍ରିଲ ୧୪ ତାରିଖରେ ଶ୍ରୀଲଙ୍କାରେ ନବବର୍ଷ ପାଳନ ହୁଏ । କିନ୍ତୁ ଚଳିତ ବର୍ଷ ଦେଶରେ ଆର୍ଥିକ ପରିସ୍ଥିତି ଯୋଗୁଁ ନବବର୍ଷ ଫିକା ପଡିଛି । ସଡକରୁ ସଦନ ଯାଏଁ ସବୁଠି ବିରୋଧ ପ୍ରଦର୍ଶନ କରୁଛନ୍ତି ଶ୍ରୀଲଙ୍କାର ସାଧାରଣ ନାଗରିକ । କୁନି କୁନି ପିଲା ମଧ୍ୟ ଆନ୍ଦୋଳନରେ ସାମିଲ ହୋଇ ‘ଗୋଟା ଗୋ ହୋମ’ ନାରାବାଜି କରୁଛନ୍ତି ।

ଶ୍ରୀଲଙ୍କା ଇତିହାସରେ ପ୍ରଥମ ଥର ପାଇଁ ଏଭଳି ପରିସ୍ଥ୍ିତି ସୃଷ୍ଟି ହୋଇଛି । ଆର୍ଥିକ ସମସ୍ୟା ଦୂର କରିବା ପାଇଁ ରାଜପକ୍ଷ ସରକାର  କଣ ପଦକ୍ଷେପ ନେଉଛନ୍ତି ତାରି ଉପରେ ରହିଛି ସମସ୍ତଙ୍କ ନଜର ।