ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ହାତରେ ଅର୍ଥମନ୍ତ୍ରାଳୟ: ସୁଧୁରିବ କି ଦେଶର ଆର୍ଥିକ ସ୍ଥିତି?

101

କନକ ବ୍ୟୁରୋ: ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ଦିନକୁ ଦିନ ଅଧିକ ଗମ୍ଭୀର ସ୍ଥିତି ଦେଇ ଗତି କରୁଥିବାବେଳେ ଏବେ ନବନିର୍ବାଚିତ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିିଂଘେ ବଡ ଦାୟୀତ୍ୱ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ରାନିଲ ନିଜେ ଦେଶର ଅର୍ଥମନ୍ତ୍ରୀ ହୋଇ ଦେଶର ଅର୍ଥବ୍ୟବସ୍ଥା ସୁଧାରିବାକୁ ଆଗେଇ ଆସିଛନ୍ତି । ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ରାନିଲଙ୍କୁ ଦେଶର ନୂଆ ଅର୍ଥମନ୍ତ୍ରୀଭାବେ ଶପଥ ପାଠ କରାଇଛନ୍ତି । ଦେଶର ମୁଦ୍ରାସ୍ପୀତି ଗୋଟିଏ ବର୍ଷ ମଧ୍ୟରେ ୩୩.୦୮ ପ୍ରତିଶତ ବୃଦ୍ଧି ପାଇଛି ଓ ଖାଦ୍ୟ ମୁଦ୍ରାସ୍ପୀତି ୪୫.୦୧ ପ୍ରତିଶତ ବୃଦ୍ଧି ପାଇବା ସହ ଘୋର ଆର୍ଥିକ ସଙ୍କଟ ଭିତରେ ଶ୍ରୀଲଙ୍କା

ବଡ ଆର୍ଥିକ ସଙ୍କଟ ଦେଇ ଗତିକରୁଥିବା ଶ୍ରୀଲଙ୍କାର ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ଅଂଟା ଭିଡିଛନ୍ତି ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ । ପ୍ରଧାନମନ୍ତ୍ରୀ ଏବେ ଦେଶର ଅର୍ଥମନ୍ତ୍ରୀ ଦାୟିତ୍ୱକ ମଧ୍ୟ ନିଜ ହାତକୁ ନେଇଛନ୍ତି ।ରାନିଲ କହିଛନ୍ତି ବର୍ତମାନ ଦେଶର ଆର୍ଥିକସଙ୍କଟ ଦୁର କରିବା ତାଙ୍କର ପ୍ରଥମ ପ୍ରାଥମିକତା । ଖୁବ ଶିଘ୍ର ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି ବା ଆଇଏମଏଫ ସହ ରୁଣ ବାବଦରେ କଥା ହେବେ । ଏଥିସହ ପ୍ରଧାନମନ୍ତ୍ରୀ କହିଛନ୍ତି କି ୬ ସପ୍ତାହ ଭିତରେ ଅନ୍ତରୀଣ ବଜେଟ ଉପସ୍ଥାପନ କରାଯିବ । ଦୂରଦୃଷ୍ଟି ସମ୍ପନ୍ନ ଓ ଆର୍ଥିକ ବ୍ୟବସ୍ଥା ସମ୍ଭାଳିବା ପାଇଁ ଦକ୍ଷତା ରଖୁଥିବା ଜଣେ ଧୁରନ୍ଧର ନେତା ଭାବେ ଜଣାଯାଆନ୍ତି ରାନିଲ ବିକ୍ରମସିଂଘେ । କେବଳ ସେତିକି ନୁହେଁ ଅର୍ନ୍ତରାଷ୍ଟ୍ରୀୟ ସହଯୋଗ ଭିତିରେ ଶାସନ, ମଜବୁତ କୁଟନୀତିକୁ ନେଇ ଶାସନ କରିବା ଦିଗରେ ମଧ୍ୟ ସେ ଜଣେ ଟାଣୁନା ନେତା । ତେଣୁ ତାଙ୍କର ଏହି ନୂଆ ଫର୍ମୂଲା ଦେଶର ସମସ୍ୟାର ସମାଧାନ କିଭଳି କରୁଛି ତା ଉପରେ ସମସ୍ତଙ୍କ ନଜର ଅଟକିଛି ।

ପୂର୍ବରୁ ୫ଥର ଶ୍ରୀଲଙ୍କା ପ୍ର୍ରଧାନମନ୍ତ୍ରୀ ରହିସାରିଥିବା ରାନିଲ ଜଣେ ଷ୍ଟାଟେଜି ମେକର ଭାବେ ମଧ୍ୟ ଜଣା ଯାଆନ୍ତି । ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆସିବା ନେଇ ଏବେ ଶ୍ରୀଲଙ୍କାବାସୀଙ୍କ ନିକଟରେ ନୂଆ ଆଶା ସୃଷ୍ଟି କରୁଛନ୍ତି ପ୍ରଧାନମନ୍ତ୍ରୀ ରାନିଲ । କଣ ରହିବ ରାନିଲଙ୍କ ନୂଆ ରଣନୀତି ? କିଭଳି ସୁଧରିବ ଦେଶର ଆର୍ଥିକ ସଙ୍କଟ? କଣ ରହିବ ପ୍ରଧାନମନ୍ତ୍ରୀଙ୍କ ନୂଆ ଫମୂର୍ଲା ? ଏବେ ତା ଉପରେ ସଭିଙ୍କ ରହିଛି ନଜର ।

ସ୍ୱାଧୀନ ହେବା ପରେ ପ୍ରଥମ ଥର ପାଇଁ ୭୪ ବର୍ଷ ଭିତରେ ଏଭଳି ଘଡିସନ୍ଧିମୂୁହର୍ତ ଦେଇ ଗତି କରୁଛି ଦେଶ । ଆର୍ଥିକ ସଙ୍କଟ କିଭଳି ଦେଶ ପାଇଁ ବଡ ବିପତି ଆଣିଛି ତାର ସ୍ପଷ୍ଟ ଚିତ୍ର ଶ୍ରୀଲଙ୍କାରେ ଦେଖିବାକୁ ମିଳିଛି । ଭୋକ ଉପ।।ସ, ଅସନ୍ତୋଷରେ ରହିଥିବା ଜନତାଙ୍କ ଆକ୍ରୋଶଯୋଗୁଁ ଦେଶରେ ହିଂସାତ୍ମକ ମାହୋଲ ସୃଷ୍ଟି ହୋଇନି ବଂର ରାଜନୈତିକ ଅସ୍ଥିରତା ମଧ୍ୟ ସୃଷ୍ଟି କରିଛି । ଏପଟେ ଅର୍ଥମନ୍ତ୍ରାଳୟ ନିଜ କମାଣକୁ ନେବା ପରେ ରାନିଲ ଦେଶର ଆର୍ଥିକ ସଙ୍କଟ ଦୂର କରିବାରେ କେତେଦୂର ସଫଳ ହେଉଛନ୍ତି ସେକଥା ଆଗାମୀ ଦିନରେ ଜଣାପଡିବ ।