ଡଲାର ତୁଳନାରେ ଟଙ୍କାର ମୂଲ୍ୟର ରେକର୍ଡ ହ୍ରାସ ପରେ ଯବାବ ରଖିଲେ ଅର୍ଥମନ୍ତ୍ରୀ । କହିଲେ ଅନ୍ୟ ମୂଦ୍ରା ଅପେକ୍ଷା କମ ହ୍ରାସ୍ ପାଇଛି ଟଙ୍କାର ମୂଲ୍ୟ

201

କନକ ବ୍ୟୁରୋ : ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଧିରେ ଧିରେ କମୁଥିବା ବେଳେ ଏବେ ଏହା ୮୧ ଟଙ୍କା ଉପରେ ରହିଛି । ଏପରି ସ୍ଥଳେ ଆମେରିକା ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଅନ୍ୟ ମୂଦ୍ରା ଅପେକ୍ଷା କମ ହ୍ରାସ ପାଇଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରିଜର୍ଭ ବ୍ୟାଙ୍କ ଏବଂ ଅର୍ଥ ମନ୍ତ୍ରଣାଳୟ ଏହା ଉପରେ କଡା ନଜର ରଖିଥିବା କହିଛନ୍ତି ସୀତାରମରଣ । ଏପରିକି ରିପୋର୍ଟରମାନଙ୍କୁ ଅନ୍ୟ ମୁଦ୍ରାଗୁଡିକର ମୂଲ୍ୟ କିପରି ଡଲାର ତୁଳନାରେ ହ୍ରାସ ପାଇଛି ତାହା ଉପରେ ପାଠ ପଢିବାକୁ କହିଥିଲେ ।
ବିଶେଷଜ୍ଞମ।।ନଙ୍କ କହିବା ଅନୁଯାୟୀ, ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁ ଏବେ ସବୁ ଦେଶର ମୂଦ୍ରାର ମୂଲ୍ୟ ହ୍ରାସ ପାଉଛି । ଯୁଦ୍ଧ ଯୋଗୁ ବିଭିନ୍ନ ସାମଗ୍ରୀର ଦାମ ବଢିବାରେ ଲାଗିଛି । ଯେଉଁଥିପାଇଁ ମୁଦ୍ରାସ୍ଫିତି ଭଳି ପରିସ୍ଥିତି ସୃଷ୍ଟି ହୋଇଛି । କହିରଖୁଛୁ ଯେ, ଗତ ମାସ ମଧ୍ୟରେ ଗତ ଗୁରୁବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସର୍ବାଧିକ ୮୩ ପଇସା ହ୍ରାସ ପାଇଥିଲା । ଶୁକ୍ରବାର ଏହା ପୁଣି ୩୦ ପଇସା ହ୍ରାସ ପାଇ ଏବେ ୮୧ ଟଙ୍କା ୫ ପଇସାରେ ରହିଛି । ଆଗକୁ ମଧ୍ୟ ଟଙ୍କାର ମୂଲ୍ୟ ଆହୁରୀ ହ୍ରାସ ପାଇବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।