କନକ ବ୍ୟୁରୋ: ଲଗାତାର ଭାବେ ଖସିବାରେ ଲାଗିଛି ଆଦାମୀ ଗ୍ରୁପ୍ କମ୍ପାନୀ ଗୁଡିକର ସେୟାରମୂଲ୍ୟ । ୨୪ ଜାନୁଆରୀରୁ ହିଣ୍ଡେନବର୍ଗ ରିପୋର୍ଟ ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୦ ଲକ୍ଷ କୋଟି ଟଙ୍କାର ଘାଟା ଆଦାନୀ ଗ୍ରୁପକୁ ହୋଇସାରିଲାଣି । ଏଭଳି ସ୍ଥିତିରେ ସାମ୍ନାକୁ ଆସି ବୟାନ ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସାମ୍ବାଦିକ ସମ୍ମିଳନୀ ଜରିଆରେ ସେ କହିଛନ୍ତି ଆଦାନୀ ଗ୍ରୁପ୍ ଠକେଇ ସହ ଭାରତର ଆର୍ଥିକ ସ୍ଥିତିର କୌଣସି ସମ୍ପର୍କ ନାହିଁ । ଭାରତର ଅର୍ଥନୀତି ଏଥିରେ ଆଦୌ ପ୍ରଭାବିତ ହୋଇନାହିଁ । ବରଂ ଗତ ଦୁଇ ଦିନ ଭିତରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୮ ମିଲିଅନ୍ ଡଲାର ବା ୬୫ କୋଟି ୭୮ ଲକ୍ଷ ୬୮ ହଜାର ଟଙ୍କା ବୃଦ୍ଧି ପାଇଛି । ଏଫିଓର ଜିବା, ଆସିବା ଲାଗି ରହିଥାଏ । ହେଲେ ଆଦାନୀ ଗ୍ରୁପ ମାମଲାରେ ଭାରତର ଛବି ପ୍ରଭାବିତ ହୋଇଛି ।

Advertisment

ପୂର୍ବରୁ ରିଜର୍ବ ବ୍ୟାଙ୍କ ଅଫ ଇଣ୍ଡିଆ ମଧ୍ୟ ଷ୍ଟେଟମେଣ୍ଟ ଜାରି କରି କହିଥିଲେ, ଭାରତରେ ବ୍ୟାଙ୍କିଙ୍ଗ ପ୍ରଣାଳୀ ସ୍ଥିର ରହିଛି । ଆଦାନୀ ଗ୍ରୁପ୍ ସମସ୍ୟାକୁ ନେଇ ଆରବିଆଇ ମଧ୍ୟ ସତର୍କ ରହିଛି । ଦୁଇ ଦିନ ତଳେ ଆଦାନୀ ଗ୍ରୁପ୍ ନିଜ ପ୍ରମୁଖ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡର ୨୦ ହଜାର କୋଟି ଟଙ୍କାର ଫଲୋଅନ୍ ପବ୍ଲିକ ଅଫର ବା ଏଫପିଓକୁ ବାତିଲ କରିଥିଲା । ଯାହାକୁ ନେଇ ନିବେଶକଙ୍କ ଭିତରେ ଭାଳେଣୀ ପଡିଯାଇଥିଲା । ହେଲେ ଆଦାନୀ ଗ୍ରୁପ୍ ମୁଖ୍ୟ ଗୌତମ ଆଦାନୀ ଭିଡିଓ ବାର୍ତା ଜରିଆରେ କହିଥିଲେ ନିବେଶକଙ୍କ ଅର୍ଥ ସୁରକ୍ଷିତ ଅଛି ।

ଜାନୁୟାରୀ ୨୪ରେ ହିଡେନବର୍ଗର ରିପୋର୍ଟରେ ଅଦାନୀ ଗ୍ରୁପ ଆକାଉଣ୍ଟ ଠକେଇ କରିଥିବା ଅଭିଯୋଗ ପ୍ରକାଶିତ ହୋଇଥିଲା । ତୁରନ୍ତ ଅଭିଯୋଗକୁ ଅମୂଳକ ଓ ଭିତିହୀନ କହି ଖଣ୍ଡନ କରିଥିଲା ଅଦାନୀ ଗ୍ରୁପ । କିନ୍ତୁ ନିବେଶକ ଆଦାନୀ ଗ୍ରୁପର ସଫେଇ ବଦଳରେ ହିଡେନବର୍ଗର ରିପୋର୍ଟରେ ପ୍ରଭାବିତ ହୋଇଛନ୍ତି । ଯାହା ପ୍ରଭାବ ଏବେ ସେୟାର ମାର୍କେଟରେ ଦେଖିବାକୁ ମିଳିଛି।