ପଞ୍ଚାୟତ ନିର୍ବାଚନ ନେଇ କାଲି ହୋଇପାରେ ଚୂଡାନ୍ତ ନିଷ୍ପତ୍ତି । ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ

144

କନକ ବ୍ୟୁରୋ: ଦେଶର ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଏବେ ନଜର ରାଜ୍ୟର ପଞ୍ଚାୟତ ନିର୍ବାଚନ ଉପରେ । ନିର୍ବାଚନ ହେବ ନା ଘୁଞ୍ଚିିବ ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଉପରେ ସାରା ରାଜ୍ୟର ନଜର ରହିଛି । ଏହାରି ଭିତରେ ଆସନ୍ତାକାଲି ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡାକିଛନ୍ତି । ଆଲୋଚନା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଉଛି ।

ତେବେ ବୈଠକ ପୂର୍ବରୁ ଏ ନେଇ ବିଭିନ୍ନ ରାଜନୈତିକ ଦଳର ନେତାମାନେ ପ୍ରତିକ୍ରିୟା ରଖିଛନ୍ତି । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ରାଜ୍ୟରେ ପଞ୍ଚାୟତ ନିର୍ବାଚନ କଟକଣା ଭିତରେ ହେଉ । ବିଜେପି ନେତା ପୃଥ୍ୱୀରାଜ ହରଚନ୍ଦନ କହିଛନ୍ତି, ବିଜେପି ପଞ୍ଚାୟତ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । କିନ୍ତୁ ବିଜେପି ନେତା ଗୋଲକ ମହାପାତ୍ର ଅଭିଯୋଗ ଆଣି କହିଛନ୍ତି, କୋଭିଡ ବେଳେ ଗୋଟିଏ ଗୋଟିଏ ଗଣତି କେନ୍ଦ୍ରରେ ସମସ୍ତ ଜୋନର ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବରଙ୍କ ଗଣତି କେମିତି ହେବ ସେ ନେଇ ପ୍ରଶ୍ନ ଉଠାଇଛନ୍ତି । ବିଜେଡି ସାଂସଦ ସୁବାସ ସିଂ କହିଛନ୍ତି, ସମସ୍ତ କଟକଣାକୁ ମାନି କିଭଳି ଗଣତାନ୍ତ୍ରିକ ପ୍ରକ୍ରିୟାକୁ ରକ୍ଷା କରାଯାଇପାରିବ ସେ ନେଇ ନିଷ୍ପତି ନେବେ ନିର୍ବାଚନ କମିଶନ ।