କନକ ବ୍ୟୁରୋ: ଦୀର୍ଘ ବର୍ଷ ପରେ ଓଡିଆ ଚଳଚ୍ଚିତ୍ରରେ ନୂତନ ଦିଗନ୍ତ ଆସିଛି । ବାବୁସାନଙ୍କ ଅଭିନୀତ ଫିଲ୍ମ ‘ଦମନ’ ପରେ ଏବେ ‘ପ୍ରତୀକ୍ଷା’ ଓଡିଆ ଦର୍ଶକଙ୍କ ମନ ଛୁଇଁଛି । ହଲରେ ଦର୍ଶକେ ଏହି ଫିଲ୍ମକୁ ଦେଖି ଭାବବିହ୍ୱଳ ହୋଇ ପଡିଛନ୍ତି । ଏକ ବାସ୍ତବଧର୍ମୀ ଫିଲ୍ମ ଲୋକଙ୍କ ମନକୁ ଛୁଇଁପାରିବ ବୋଲି ମତ ପ୍ରକାଶ ପାଇଛି । ରାଜ୍ୟ ଭିତରେ ଫିଲ୍ମର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଆଜି ଠାରୁ ଏହାକୁ ଓଡିଶା ବାହାରେ ହଲ ମାନଙ୍କରେ ପ୍ରଦର୍ଶୀତ କରାଯାଉଛି ।
ଏହାପରେ ଏହାର ହିନ୍ଦି ରିମେକ୍ ହେବ ବୋଲି ସୂଚନା ରହିଛି । ଏହାକୁ ବିଭିନ୍ନ ରାଜ୍ୟର ବରିଷ୍ଠ କଳାକାରମାନେ ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି । ଦମନ ଓ ପ୍ରତୀକ୍ଷା ପରି ବାସ୍ତବଧର୍ମୀ ଫିଲ୍ମ ହିଁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପୁନରୁଦ୍ଧାର କରିପାରିବ ବୋଲି କୁହାଯାଉଛି ।