କନକ ବ୍ୟୁରୋ: ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ଭଲ ଖବର । ଗୋଆରେ ହେବାକୁ ଯାଉଥିବା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବର ପ୍ରଦର୍ଶିତ ହେବ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ । ଏହି ଫିଲ୍ମଟି ଭାରତୀୟ ପାନୋରାମା ବିଭାଗରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଛି । ନଭେମ୍ବର ୨୦ରୁ ୨୮ ପର୍ଯ୍ୟନ୍ତ ଗୋଆରେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଚଳିତଥର ଭାରତୀୟ ପାନୋରାମାରେ ମୋଟ୍ ୨୫ଟି ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହେବେ । ଏଥିରୁ ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ଭାବେ ପ୍ରତୀକ୍ଷା ମନୋନୀତ ହୋଇଛି । ପ୍ରତୀକ୍ଷା ଚଳଚ୍ଚିତ୍ର ଅମୀୟ ପ୍ରଡକସନ୍ ବ୍ୟାନର ଦ୍ୱାରା ନିର୍ମିିତ ହୋଇଥିବା ବେଳେ ଅନୁପମ ପଟ୍ଟନାୟକ ଏହାର ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିଛନ୍ତି । ଫିଲ୍ମଟି ଭୁବନେଶ୍ୱରରେ ରହୁଥିବା ଏକ ସାଧାରଣ ମଧ୍ୟବିତ ପରିବାରର ସ୍ୱପ୍ନ, ଆକାଂକ୍ଷା, ଆଶା ଓ ନିରାଶା ଉପରେ ପର୍ଯ୍ୟବେସିତ । କାହାଣୀଟି ଲେଖକ ଗୌରହରି ଦାସଙ୍କ ଏକ କ୍ଷୁଦ୍ରଗଳ୍ପ ଉପରେ ଆଧାରିତ । ଡିସେମ୍ବର ୨ରେ ଫିଲ୍ମ ରିଲିଜ୍ ହେବାର ଅଛି । ଫିଲ୍ମରେ ସିଦ୍ଧାନ୍ତ ମହାପାତ୍ର, ଦୀପାନ୍ୱିତ ଦାସ ମହାପାତ୍ର , ବର୍ଷା ପଟ୍ଟନାୟକ ପ୍ରମୁଖ ଅଭିନୟ କରିଛନ୍ତି ।
ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଭଲ ଖବର । ଗୋଆରେ ହେବାକୁ ଥିବା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଫିଲ୍ମ ପ୍ରତୀକ୍ଷା
/kanak/media/post_attachments/wp-content/uploads/2022/10/hygjtuj.jpg)