ଉନ୍ମୋଚିତ ହେଲା ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟର ବାର୍ଷିକ ପତ୍ରିକାର ପଞ୍ଚମ ସଂସ୍କରଣ । ସାମିଲ ହେଲେ ୪୦ରୁ ଅଧିକ ଶିକ୍ଷାବିତ ।

ଉନ୍ମୋଚିତ ହେଲା ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟର ବାର୍ଷିକ ପତ୍ରିକାର ପଞ୍ଚମ ସଂସ୍କରଣ । ସାମିଲ ହେଲେ ୪୦ରୁ ଅଧିକ ଶିକ୍ଷାବିତ ।

କନକ ବ୍ୟୁରୋ: ରାଜ୍ୟର ଅଗ୍ରଣୀ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟର ବାର୍ଷିକ ପତ୍ରିକାର ପଞ୍ଚମ ସଂସ୍କରଣ ଉନ୍ମୋଚିତ ହୋଇଛି । ଭୁବନେଶ୍ୱରର ହୋଟେଲ ଶୀତଲରେ ଏହାକୁ ଉନ୍ମୋଚନ କରାଯାଇଛି । ଏହି ଅବସରରେ ପତ୍ରିକାର ମୁଖ୍ୟ ସମ୍ପାଦକ ପ୍ରଫେସର ଡ. ସ୍ୱରୂପ ଚନ୍ଦ୍ର ସାହୁ, ସମ୍ପାଦକ ପ୍ରଫେସର ଶର୍ମିଳା ସୁବ୍ରମଣ୍ୟମ, ସହ ସମ୍ପାଦକ ପ୍ରଫେସର ସଞ୍ଜୟ ଅଦଲଖା, ପତ୍ରିକାର ଉପାଦେୟତା ଉପରେ ଆଲୋକପାତ କରିବା ସହ ସମାଜ ଗଠନରେ ଏହାର ଭୂମିକା ବାବଦରେ କହିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଆସ୍ଥା ସ୍କୁଲ ଅଫର ମ୍ୟାନେଜମେଣ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ସମ୍ପାଦକ ଡ. ବଙ୍କିମ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉପସ୍ଥିତ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଏହି ଉତ୍ସବରେ ରାଜ୍ୟ ଏବଂ ରାଜ୍ୟ ବାହାରରୁ ୪୦ରୁ ଅଧିକ ବିଶିଷ୍ଟ ଶିକ୍ଷାବିତ ଯୋଗଦେଇ ଲେଖନୀ ମାଧ୍ୟମରେ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ପତ୍ରିକାରେ ଗବେଷଣା ସନ୍ଦର୍ଭ, ବିଷୟ ବସ୍ତୁ ବିଶ୍ଳେଷଣ. ପୁସ୍ତକ ବିଶ୍ଳେଷଣ, ଶ୍ରେଷ୍ଠ ସମର ଇଣ୍ଟରସିପ୍ ପେପର ଏବଂ କର୍ପୋରେଟ ଜଗତର ସୁନାମଧନ୍ୟ ବ୍ୟକ୍ତିଙ୍କର ସାକ୍ଷାତକାର ପାଇଛି । ଉତ୍ସବକୁ ପ୍ରଫେସର ଜିନାଶିଷ ମହାନ୍ତି ପରିଚାଳନା କରିଥିଲେ ଏବଂ ପ୍ରଫେସର ବିଷ୍ଣୁପ୍ରସାଦ କର ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe