ରାଜ୍ୟରୁ ଦୂର ହେବ ସାର ସଂକଟ ! ଚାଷୀ ୟୁରିଆ ଯୋଗାଇ ଦେବାକୁ ନିଆଯାଉଛି ପଦକ୍ଷେପ: ଟ୍ୱିଟ୍ କରି ସୂଚନା ଦେଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଖରିଫ ଧାନ ଫସଲ ବେଳେ ଦେଖା ଦେଇଛୁ ୟୁରିଆ ସଂକଟ

318

କନକ ବ୍ୟୁରୋ: ରାଜ୍ୟରେ ରହିବନି ୟୁରିଆ ସାର ଅଭାବ । ଏନେଇ ଟୁଇଟ୍ କରି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀ କହିଛନ୍ତି ରାଜ୍ୟକୁ ଅଧିକ ୟୁରିଆ ଯୋଗାଇ ଦେବା ପାଇଁ ପଦକ୍ଷେପ ନିଆଯାଇଛି । ଓଡିଶାରେ ମାର୍କଫେଡ୍ ୩୧ ଜୁଲାଇ ୨୦୨୦ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ୧ ଲକ୍ଷ ୫୦ ହଜାର ଟନ୍ ୟୁରିଆ ସାର ପ୍ରାପ୍ତ ହେବା ଓ ଏହାକୁ ବିକ୍ରୟ କେନ୍ଦ୍ରରେ ପହଁଚାଇବା ବଦଳରେ ୧ ଲକ୍ଷ ୫ ହଜାର ୬୬୨ ମେଟ୍ରିକ୍ ଟନ୍ ପ୍ରାପ୍ତ ହୋଇଥିଲା । ଚଳିତ ବର୍ଷ ଅଦ୍ୟାବଧି ମାର୍କଫେଡ୍ ପକ୍ଷରୁ ୩୦ଟି ଜିଲ୍ଲାର ୨ ହଜାର ୮୧ଟି ପ୍ୟାକସ୍ ବା ଲାମ୍ପସ୍କୁ ୧ ଲକ୍ଷ ୧୭ ହଜାର ୫୫୦ ମେଟ୍ରିକ୍ ଟନ୍ ୟୁରିଆ ସାର ରାଜ୍ୟକୁ ଯୋଗାଇ ଦିଆଯାଇଛି ।

ଗତବର୍ଷ ଅଗଷ୍ଟ ୩୧ ତାରିଖ ସୁଦ୍ଧା ୧ ଲକ୍ଷ ୪୨ ହଜାର ୫୩୭ ମେଟ୍ରିକ୍ ଟନ୍ ଏବଂ ସେପ୍ଟେମ୍ୱର ୩୦ ତାରିଖ ସୁଦ୍ଧା ୧ ଲକ୍ଷ ୬୭ ହଜାର ୮୪୪ ମେଟ୍ରିକ୍ ଟନ୍ ୟୁରିଆ ସାର ମାର୍କଫେଡକୁ ଦିଆଯାଇଥିଲା । ଅଗଷ୍ଟ ମାସରେ ଖରିଫ ଚାଷ ନିମନ୍ତେ ଅଧିକ ୟୁରିଆ ଆବଶ୍ୟକତା ପଡୁଥିବାରୁ , ଅଧିକ ୟୁରିଆ ସାର ଯୋଗାଇ ଦେବା ନିମନ୍ତ୍ରେ ସରକାର ତୁରନ୍ତ ପଦ କ୍ଷେପ ନେଇଛନ୍ତି ।  ରାଜ୍ୟରେ ତାଲାବନ୍ଦ ସମୟରେ ବଜାରରେ ସାର ସଂକଟ ନେଇ ପୂର୍ବରୁ ଖବର ଆସିଥିଲା । ଚାଷ ସମୟରେ ବଜାରରେ ଆବଶ୍ୟକତା ମୂଳକ ୟୁରିଆ ସାର ଅଭାବ ଦେଖାଦେବା ସରକାରଙ୍କ ଚିନ୍ତା ବଢାଇଥିଲେ । ଏବେ ସ୍ଥିତି ଠିକ୍ ରହିଛି ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।