ଜଙ୍ଗଲର ନିଆଁ ଲିଭାଇଲେ ମହିଳା ସରପଞ୍ଚ । ସ୍ଥାନୀୟ ଲୋକଙ୍କୁ ଧରି ବିଳମ୍ବିତ ରାତି ଯାଏଁ ଲିଭାଇଲେ ନିଆଁ

99

କନକ ବ୍ୟୁରୋ: ସରପଞ୍ଚ ହେବ ତ ଏମିତି । ଜଙ୍ଗଲର ନିଆଁ ଲିଭାଇଲେ ମହିଳା ସରପଞ୍ଚ । ସ୍ଥାନୀୟ ଲୋକଙ୍କୁ ଧରି ବିଳମ୍ବିତ ରାତି ଯାଏଁ ଲିଭାଇଲେ ନିଆଁ । ଜଙ୍ଗଲରେ ନିଆଁ ଲାଗିଥିବା ନେଇ ବନ ବିଭାଗକୁ ସୂଚନା ଦେବା ସତ୍ୱେ ମଧ୍ୟ ପହଞ୍ଚି  ନଥିଲେ କୌଣସି ବି କର୍ମଚାରୀ । ଫଳରେ ଗାଁ ଲୋକଙ୍କ ସହ ମିଶି ନିଜେ ଜଙ୍ଗଲକୁ ଯାଇ ନିଆଁ ଲିଭାଇଛନ୍ତି ମହିଳା ସରପଞ୍ଚ ।

ସୂଚନା ମୁତାବକ, ଗତକାଲି ସଂଧ୍ୟାରେ ଜୟପୁର ସହରର ଫାଂପୁଣି ଜଙ୍ଗଲରେ କୌଣସି କାରଣରୁ ନିଆଁ ଲାଗିଥିଲା । ଆଉ ଏହି ନିଆଁରେ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଜଙ୍ଗଲ ଜଳି ଯାଇଥିଲା  । ଅନ୍ୟପଟେ ଜଙ୍ଗଲରେ ନିଆଁ ଲାଗିଥିବା ନେଇ ଗ୍ରାମବାସୀମାନେ ବନବିଭାଗକୁ ସୂଚନା ଦେଇଥିଲେ ସୁଦ୍ଧା ଘଟଣା ସ୍ଥଳରେ କେହି ପହଞ୍ଚି ନଥିଲେ  । ଶେଷରେ ଫାଂପୁଣି ପଞ୍ଚାୟତର ମହିଳା ସରପଞ୍ଚ ପ୍ରତିମା ନାୟକ ସ୍ଥାନୀୟ ଲୋକଙ୍କୁ ନେଇ ଜଙ୍ଗଲ ନିଆଁ ଲିଭା କାମରେ ଲାଗିପଡ଼ିଥିଲେ । ବିଳମ୍ବିତ ରାତିଯାଏଁ ଚାଲିଥିଲା ନିଆଁକୁ ଆୟତ କରିବାର କାମ ।