କନକ ବ୍ୟୁରୋ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଗାଁରେ ଜମୁଛି ପ୍ରଚାର । ଘର ଘର ବୁଲି ଭୋଟ ମାଗୁଛନ୍ତି ବିଭିନ୍ନ ରାଜନୈତିକ ଦଳର ସମର୍ଥିତ ପ୍ରାର୍ଥୀ । ହେଲେ ନିଆରା ଢଙ୍ଗରେ ନିଜର ପ୍ରଚାର କରୁଥିବା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବଳପୁର ପଞ୍ଚାୟତର ଜଣେ ମହିଳା ସରପଞ୍ଚ ପାର୍ଥିଙ୍କୁ । ନିଜର ସମର୍ଥକଙ୍କ ସହ ଶଗଡ଼ ଗାଡ଼ିରେ ଗାଁ ଗାଁ ବୁଲି କରୁଛନ୍ତି ନିଜର ନିର୍ବାଚନ ପ୍ରଚାର ।
ଆଶା ଦିଦିରୁ ସରପଞ୍ଚ ଆଶାୟୀ ଥିବା ମହିଳା ହେଉଛନ୍ତି ସଞ୍ଜୁକ୍ତା ସ୍ଵାଇଁ । ହାତରେ ପୁସିଙ୍ଗ କାର୍ଡ ଧରି ଶଗଡ଼ ସାହାଯ୍ୟରେ ଘର ଘର ବୁଲି ନିଜ ସପକ୍ଷରେ ମତଦାନ ଦେବା ପାଇଁ ଭୋଟରଙ୍କୁ କରୁଛନ୍ତି ନିବେଦନ । ସଞ୍ଜୁକ୍ତାଙ୍କର ଏହି ନିଆରା ପ୍ରଚାର ପାଇଁ ଲୋକ ମାନଙ୍କ ମଧ୍ୟରେ ଦେଖା ଯାଉଛି ପ୍ରବଳ ଉତ୍ସାହ ।
ନିଜର ଆର୍ଥିକ ଅବସ୍ଥା ଭଲ ନଥିବାରୁ ମହଙ୍ଗା ତୈଳ ଦର ପାଇଁ ଶଗଡ଼ ଗାଡ଼ିରେ ପ୍ରଚାର କରୁଥିବା ସେ କହିଛନ୍ତି । ନିର୍ବାଚନ ଜିତିବା ନେଇ ଶତ ପ୍ରତିଶତ ଆଶାବାଦୀ ଥିବା ବେଳେ ବିଜୟୀ ହେଲେ ଆଗକୁ ଲୋକ ମାନଙ୍କର ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କାର୍ୟ୍ୟ କରିବେ ବୋଲି କହିଛନ୍ତି ସଞ୍ଜୁକ୍ତା । ବଳପୁର ପଞ୍ଚାୟତର, ବେହେରା ସାହି, ମଠ ସାହି, ମାଳ ସାହି ପାଇଁ ୨୦୧୪ ମସିହାରୁ ଆଶା କର୍ମୀ ଭାବେ ସେ ସେବା କରି ଆସୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/02/33.jpg)