ଇରାନ-ଇସ୍ରାଏଲ ଯୁଦ୍ଧ ଆଶଙ୍କା, ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ୯୦ ଡଲାର ଟପିଲାଣି ତୈଳ ଦର । ଆହୁରି ବଢିବା ଆଶଙ୍କା ।

144

କନକ ବ୍ୟୁରୋ: ଦିନକୁ ଦିନ ଅନ୍ତର୍ଜାତୀୟ ବଜାରରେ ବଢିଚାଲିଛି ତୈଳ ଦର । ଆହୁରି ବଢିବା ନେଇ ଆଶଙ୍କା ମଧ୍ୟ କରାଯାଉଛି । ଏହାର କାରଣ ରହିଛି ଇରାନ-ଇସ୍ରାଏଲ ଯୁଦ୍ଧ । ଏହି କାରଣରୁ ଦିନକୁ ଦିନ ବଢି ଚାଲିଛି ତୈଳ ଦର । ଏହାରି ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ୯୦ ଡଲାର ଟପିଛି ତୈଳ ଦର ।ସେପ୍ଟେମ୍ବର ସୁଦ୍ଧା ତୈଳ ଦର ୧୦୦ ଡଲାର ଛୁଇଁବା ଆଶଙ୍କା ରହିଛି । ଗୋଟିଏ ପଟେ ଇସ୍ରାଇଲ ଓ ହମସା ଯୁଦ୍ଧ ଲାଗି ରହିଥିବା ବେଳେ ଏବେ ଇରାନ ଓ ଇସ୍ରାଏଲ ମଧ୍ୟରେ ପରିସ୍ଥିତି ଉତ୍ତେଜନା ମୁଳକ ରହିଛି । ତେଣୁ ଏହାର ପ୍ରଭାବ ମଧ୍ୟ ତୈଳ ଦର ଉପରେ ପଡିପାରେ । ପ୍ରତିଦିନ ସକାଳ ୬ଟା ସମୟରେ ଜାରି ହୋଇଥାଏ ପେଟ୍ରୋଲ ଦର । ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଥିବା ବେଳେ କିଛି ସହରରେ ଦାମ ଅପରିବତ୍ତିତ ରହିଛି ।

ସୂଚନା ଅନୁଯାୟୀ, ଇସ୍ରାଏଲ ଉପରେ ଖୁବଶୀଘ୍ର ଆକ୍ରମଣ କରିପାରେ ଇରାନ । ଏହାର ମୁକାବିଲା କରିବା ପାଇଁ ତୁଙ୍ଗ ନେତା ମାନଙ୍କ ସହ ବୈଠକ କରି ସ୍ଥିତି ସମୀକ୍ଷା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ । ସେହିପରି ଇରାନ ଓ ଇସ୍ରାଏଲ ଉପରେ ବଢୁଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକଙ୍କ ପାଇଁ ଟ୍ରାଭେଲ ଆଡଭାଇଜରି ଜାରି କରିଛି ବିଦେଶ ମନ୍ତ୍ରଣାଳୟ । ଏବେ ଏହି ଦୁଇ ଦେଶରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରହିବାକୁ ପରାର୍ମଶ ଦିଆଯାଇଛି ।