ଗରମ ଗୁଳୁଗୁଳିରେ ଅତିଷ୍ଠ ଜୀବନ,ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ବଢୁଛି ଅଂଶୁଘାତର ଭୟ । ପ୍ରଶାସନ ରଖିଛି କଡା ନଜର

254

କନକବ୍ୟୁରୋ:ରାଜ୍ୟରେ ଅସହ୍ୟ ଗୁଳୁଗୁଳି ଓ ଗରମ ଜାରି ରହିଛି । ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଅତିଷ୍ଠ ହୋଇପଡିଛି ଜନ ଜୀବନ । ଖରା ବଢିଚାଲିଥିବା ବେଳେ ଅଂଶୁଘାତ ଭୟ ବି ବଢିଚାଲିଛି । ବିଭିନ୍ନ ସ୍ଥାନରେ ଅଂଶୁଘାତରେ ମୃତ୍ୟୁର ଖବର ଆସୁଛି । ରାଉରକେଲାରୁ ନେଇ ବଲାଙ୍ଗୀର , ଝାରସୁଗଡା, ସୁନ୍ଦରଗଡ଼ରେ ଖରା ବଢୁଥିବା ବେଳେ ଅଂଶୁଘାତ ଯୋଗୁ ବହୁ ଲୋକ ଚିକିତ୍ସା ପାଇଁ ମେଡିକାଲରେ ସେମାନଙ୍କୁ ଭର୍ତ୍ତି କରାଯାଇଛି ।

ସେପଟେ ଅଂଶୁଘାତରୁ ରକ୍ଷା ପାଇବାକୁ ଲୋକମାନଙ୍କୁ ସଚେତନ କରାଯାଉଥିବା ବେଳେ ମେଡିକାଲ ଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହିତ ଘଟଣା ଉପରେ ପ୍ରଶାସନର ସମ୍ପୁର୍ଣ୍ଣ ନଜର ରହିଛି ।ତାପମାତ୍ରା ବୃଦ୍ଧି ସାଙ୍ଗକୁ ଗରମ ଗୁଳୁଗୁଳିରେ ଅତିଷ୍ଠ ହୋଇପଡୁଛି ଜୀବନ । ପ୍ରଚଣ୍ଡ ଖରାରେ ଜନଜୀବନ ବି ହୋଇଯାଇଛି ଅସ୍ତବ୍ୟସ୍ତ । ସେହିଭଳି ଖରା ବଢିବା ଯୋଗୁ ଅଂଶୁଘାତ ଭୟ ବି ଲୋକମାନଙ୍କୁ ଘାରିଛି ।

ବିଭିନ୍ନ ସ୍ଥାନରେ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଜଣାପଡିଛି । ଖରା ଯୋଗୁ ରାଉରକେଲାରେ ମଧ୍ୟ ଅସମ୍ଭାଳ ସ୍ଥିତି ରହିଛି । ଜଣେ କି ଦୁଇ ଜଣ ନୁହେଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ୫ ଜଣ ମୃତ ଅବସ୍ଥାରେ ହସପିଟାଲରେ ପହଂଚିଥିବା ବେଳେ କିଛି ଲୋକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ରାଉରକେଲା, ବଲାଙ୍ଗୀର , ଝାରସୁଗୁଡାରୁ ନେଇ ସୁନ୍ଦରଗଡ଼ରେ ଅଂଶୁଘାତ ମୃତ୍ୟୁ ନେଇ ଖବର ଆସୁଥିବା ବେଳେ ବରଗଡରେ ମ଼ଧ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏବେ ବି ଅଂଶୁଘାତ ଯୋଗୁଁ ଅନେକ ଲୋକ ହସପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଖରା ବଢୁଥିବା ବେଳେ ଅଂଶୁଘାତ ଆଶଙ୍କା ବି ବଢି ବଢି ଚାଲିଛି । ମେଡିକାଲରେ ମୃତକଙ୍କ ସଂଖ୍ୟା ବଢୁଛି । ସେପଟେ ଖରାରୁ କିଭଳି ନିଜକୁ ସୁରକ୍ଷିତ ରହିବ ସେଥିପ୍ରତି ସତର୍କ କରାଯାଉଛି ।

ମେଡିକାଲରେ ଅଂଶୁଘାତ ରୋଗୀଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ହେର୍ଡକ୍ୱାଟରରେ ମଧ୍ୟ ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା କରାଯିବା ସହ ଘଟଣା ଉପରେ ସମ୍ପ୍ରୁ୍ଣର୍ ଭାବେ ଜିଲ୍ଲା ପ୍ରଶାସନ ନଜର ରଖିଛି ।