ଭୂତାଣୁ ସଂକ୍ରମଣ ଭିତରେ ପୁଣି ଘାରିଲା କୋଭିଡ୍ ଭୟ। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଥଣ୍ଡା କାଶ ଥିଲେ କରାନ୍ତୁ କୋଭିଡ୍ ଟେଷ୍ଟ। 

ଭୂତାଣୁ ସଂକ୍ରମଣ ଭିତରେ ପୁଣି ଘାରିଲା କୋଭିଡ୍ ଭୟ। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଥଣ୍ଡା କାଶ ଥିଲେ କରାନ୍ତୁ କୋଭିଡ୍ ଟେଷ୍ଟ। 

କନକ ବ୍ୟୁରୋ: ଚିନ୍ତା ବଢାଉଛି ଏଚ୩ଏନ୨ ଭାଇରସ । ସବୁ ଜିଲ୍ଲାର ସିଡିିଏମଓ ଓ କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଆଲର୍ଟ ରହିବାକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଯାଇଛି । ଭାଇରସ ସଂକ୍ରମଣ ଭିତରେ ପୁଣି କୋଭିଡ ଭୟ ଘାରିଲାଣି । । ତେଣୁ ଥଣ୍ଡା କାଶ ହୋଇଥିଲେ କୋଭିଡ ଟେଷ୍ଟ କରିବାକୁ କୁହାଯାଇଛି । ସର୍ଭିଲାନ୍ସ ବଢାଇବା ସହିତ ଅକ୍ସିଜେନ୍ ଓ ଆଇସିୟୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ରହିଛି । ସେପଟେ ଇନଫ୍ଲୁଏନ୍ଜାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ  ।  ଏଥିରେ ଜ୍ୱର କାଶ କିଛି ଦିନ ରହିବ । ଏହା ଗୁରୁତର ହୋଇ ନିମୋନିଆରେ ସଂକ୍ରମଣ ହୋଇପାରନ୍ତି କିଡନୀ, ହାର୍ଟ ଓ ଶ୍ୱାସ ରୋଗୀ  । ଏହି ସବୁର ଲକ୍ଷଣ ଦେଖାଗଲେ ଆଇସୋଲେଟ କରିବା ସହ ମାସ୍କ ପିନ୍ଧିବାକୁ କୁହାଯାଇଛି ।  ସେହିଭଳି ରୋଗ ଭଲ ନହେଲେ ଡାକ୍ତରଙ୍କ ପରାମର୍ଶ ନେଇ ମେଡିକାଲରେ ଆଡମିଟ ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଚ୍୩ଏନ୨ର ଲକ୍ଷଣ କ’ଣ? 

ମୁଖ୍ୟତଃ, ଥଣ୍ଡା ସମ୍ବନ୍ଧୀୟ ଲକ୍ଷଣ ଦେଖାଯାଉଛି । ତଣ୍ଟି ଦରଜ ହେବା, କାଶ ଲାଗି ରହିବା, ୨/୪ ଦିନ ଜ୍ଜର ଲାଗି ରହିବା ଏବଂ ଗଳା ସଂକ୍ରମଣ ଲାଗି ରହିବା ଆଦି ଲକ୍ଷଣ ଦେଖାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe