କନକ ବ୍ୟୁରୋ: କଥା କହୁ କହୁ ଆଖିରୁ ଝରି ପଡ଼ୁଛି ଲୁହ । କୋହ ସମ୍ଭାଳି ପାରୁନାହାନ୍ତି । ବାପ ମନ ବା ସମ୍ଭାଳିବ କେମିତି । ପୁଅ କରୋନା ଆକ୍ରାନ୍ତ ହୋଇ ଗୁରୁତର ଥିବା ବେଳେ ଅନ୍ୟ ହସ୍ପିଟାଲ ସ୍ଥାନାନ୍ତର କରିଥିଲେ ଡାକ୍ତର । ହେଲେ ହସ୍ପିଟାଲ ବାହାରେ ଆମ୍ବୁଲାନ୍ସ ଖୋଜି ଖୋଜି ନୟାନ୍ତ ହେଲେଣି ବାପା । ପୁଅକୁ ନେବାକୁ ମିଳିନୁ ଆମ୍ବୁଲାନ୍ସ । ସହଯୋଗ ପାଇଁ ସମସ୍ତଙ୍କୁ ଆକୁଳ ନିବେଦନ କରୁଥିଲେ ମଧ୍ୟ ଶୁଣୁ ନାହାନ୍ତି କେହି । ସୁନ୍ଦରଗଡ଼ କୋଭିଡ କେୟାର ସେଂଟର ବାହାରୁ ଆସିଛି ଏମିତି ହୃଦୟ ବିଦାରକ ଘଟଣା ।
ହେମଗିରି ବ୍ଲକ କଲେଟପାନୀର ନୃପଶଙ୍କରଙ୍କ ପୁଅ କୋଭିଡ କେୟାର ସେଂଟରରେ ଚିକିତ୍ସିତ ହେଉଥିଲେ । ହେଲେ ହଠାତ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡ଼ିଥିଲା । ତାଙ୍କୁ ଜେପି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପହଂଚିଥିଲେ ମଧ୍ୟ କାଗଜ ପତ୍ର ଠିକ୍ ନଥିବା କହି ସେଠାରୁ ଫେରାଇ ଦେଇଥିଲେ । ସେହି ରାତିରେ ସୁନ୍ଦରଗଡ଼ କୋଭିଡ କେୟାର ସେଂଟର ଫେରି ଆସିଥିଲେ । ପରେ ଡାକ୍ତର ତାଙ୍କ ପୁଅକୁ ରାଉରକେଲା ଶାନ୍ତି ମେମୋରିଆଲ ହସ୍ପିଟାଲକୁ ରେଫର କରିଥିଲେ । ହେଲେ ଆମ୍ବଲାନ୍ସ ମିଳୁନଥିବାରୁ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ନୃପଶଙ୍କର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/Screen-Shot-2021-04-25-at-3.09.11-PM.png)