ବଲାଙ୍ଗୀର ନିର୍ବାଚନ ମଇଦାନରେ ପୁଅ ପାଇଁ ପ୍ରଚାର କରୁଛନ୍ତି ବାପା । କଳିକେଶଙ୍କ ପାଇଁ ଅନଙ୍ଗ ଉଦୟ ସିଂଦେଓ ଓ ସମରେନ୍ଦ୍ରଙ୍କ ପାଇଁ ଭୋଟ ମାଗୁଛନ୍ତି ନରସିଂହ ମିଶ୍ର ।

172

କନକ ବ୍ୟୁରୋ: ପୁଅଙ୍କ ପାଇଁ ଭୋଟ୍ ମାଗୁଛନ୍ତି ବାପା । ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦୁଇ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି ବାପା । ବଲାଙ୍ଗିର ବିଧାନସଭା ହେଉ ବା ବଲାଙ୍ଗୀର ଲୋକସଭା ଆସନ । ଏଠି ସବୁଠି ଦେଖିବାକୁ ମିଳିଥାଏ ପରିବାର ରାଜନୀତି । ୨୦୧୯ରେ ବଲାଙ୍ଗୀରରେ ବିଜେଡି ଲୋକସଭା ପ୍ରାର୍ଥୀ ହୋଇଥିବା କଳିକେଶ ନାରାୟଣ ସିଂହଦେଓ ଏଥର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । କଳିକେଶଙ୍କ ପାଇଁ ବାପା ଅନଙ୍ଗ ଉଦୟ ସିଂହଦେଓ ପ୍ରଚାର କରୁଛନ୍ତି । ନିର୍ବାଚନୀ ସଭାରେ ପୁଅ ପାଇଁ ଭୋଟ ମାଗୁଛନ୍ତି । ସେପଟେ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ବିଧାୟକ ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର । ସମରେନ୍ଦ୍ର ରାଜନୀତିରେ ସେତେ ପୋଖତ ନଥିଲେ ମଧ୍ୟ ତାଙ୍କ ପାଖେ ପାଖେ ରହିଛନ୍ତି ବାପା ନରସିଂହ ମିଶ୍ର । ସମରେନ୍ଦ୍ରଙ୍କ ସହ ବିଭିନ୍ନ୍ ସ୍ଥାନକୁ ଯାଇ ଲୋକଙ୍କୁ ଭେଟୁଛନ୍ତି । ପୁଅକୁ ଭୋଟ ଦେଇ ବଲାଙ୍ଗିରର ବିଧାୟକ କରିବା ପାଇଁ ଅନୁରୋଧ କରୁଛନ୍ତି । ତେବେ ଏଥର ବଲାଙ୍ଗୀରରେ କଡା ଟକ୍କର ହେବ । ତେଣୁ ପୁଅଙ୍କ ପାଇଁ ବାପାଙ୍କ ପ୍ରଚାର କେତେ ପ୍ରଭାବ ପକାଉଛି ନିର୍ବାଚନ ଫଳାଫଳ ଆସିବା ପରେ ଜଣାପଡିବ ।