ଦୁର୍ଘଟଣା ପରେ ବିଛଣାରେ ପଡିଛନ୍ତି ବାପା: କୁନି ପୁଅ କାନ୍ଧରେ ପରିବାର ବୋଝ, ପାଠ ଛାଡି ମୁଲ ଲାଗୁଛି ୧୨ ବର୍ଷର ନାବାଳକ

207

କନକ ବ୍ୟୁରୋ: ରୋଗ ଶଯ୍ୟାରେ ବାପା । ବିଂଛଣାରେ ପଡି ବଲବଲ କରି ଚାହିଁ ରହିଛନ୍ତି ବାପା । ରୋଗରୁ ମୁକୁଳିବା ପାଇଁ ପାଖରେ ପଇସାଟିଏ ବି ନାହିଁ । ମେଡିକାଲ ଦେଖାଇ ଔଷଧ ଖର୍ଚ୍ଚ ତୁଲାଇବା ଅସମ୍ଭବ । ତେଣୁ ବାପାଙ୍କ ଔଷଧ ଖର୍ଚ ଓ ପରିବାର ପେଟକୁ ଦାନା ଦେବା ପାଇଁ ମୁଲ ଲାଗୁଛି ନାବାଳକ ପୁଅ । ପାଠ ବହିରେ ଡୋରୀ ବାନ୍ଧି ଦୋକାନରେ କାମ କରୁଛି କୁନି ପୁଅ । ଏମିତି ଏକ କୋହଭରା କାହାଣୀ ଆସିଛି ଗଂଜାମ ଜିଲ୍ଲା ଆସିକାରୁ ।

ପୁଅକୁ ନେଇ ସ୍ୱପ୍ନ ଦେଖୁଥିବା ମଣିଷ, ଯେତେବେଳେ ରୋଗିଣା ହୋଇଯାଏ, ଚଲାବୁଲା ନକରି ଶେଜରେ ପଡି ଯନ୍ତ୍ରଣାରେ ଛଟପଟ ହୁଅନ୍ତି, ସେତେବେଳେ ପୁଅର ସ୍ୱପ୍ନ ଆକାଶରେଘୋଟିଆସେ ଘନ ଅନ୍ଧାର । ନିଜ ସ୍ୱପ୍ନକୁ ସମାଧି ଦେଇ ଜନ୍ମଦାତାଙ୍କୁ ବଂଚାଇବା ପାଇଁ ସଂଘର୍ଷ କରେ କୁନି ପୁଅ । ଏଇ ଯେମିତି କଅଁଳ ବୟସରେ ପାଠରେ ଡୋରି ବାନ୍ଧି ସଂଘର୍ଷପୂର୍ଣ୍ଣ ଜୀବନକୁ ଆଦରି ନେଇଛନ୍ତି ୧୨ ବର୍ଷର ବିକାଶ ନାହାକ ।

ଗଂଜାମ ଆସିକା ଏନ୍.ଏ.ସିର ଲଛମନ ପଲ୍ଲିରେ ବାପା, ମାଆ ଓ ୫ ବର୍ଷର ଭଉଣୀ ବୈଷ୍ଣବୀ ନାହାକଙ୍କ ସହ ରୁହନ୍ତି ବିକାଶ । ବାପା ଦଣ୍ଡପାଣି ଘରୋଇ ବସ୍ରେ ହେଲପର୍ କାମ କରି ସଂସାର ଚଳାଉଥିଲେ । ହେଲେ ୯ ମାସ ତଳେ ଘଟିଥିବା ଦୁର୍ଘଟଣା ଆଜି ତାଙ୍କୁ ଶଯ୍ୟାଶାୟୀ କରିଛି । ମେରୁଦଣ୍ଡ ଅପରସେନ୍ରେ ବିଜୁ ସ୍ୱାସ୍ଥ୍ୟ କାର୍ଡର ସମସ୍ତ ଅର୍ଥ ସରିଯିବା ପରେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ମାଆ ସବୁ ବେଳେ ବାପାଙ୍କ ପାଖରେ ରହି ତାଙ୍କ ସେବା ଶୁଶ୍ରୁସା କରୁଥିବା ବେଳେ ଔଷଧ ଖର୍ଚ୍ଚ ତୁଲାଇବାକୁ ମୁଲ ଲାଗୁଛି ନାବାଳକ ପୁଅ । ଏକ ଦୋକାନରେ କାମ କରି ମାସିକ ରୋଜଗାର କରୁଛି ୨ ହଜାର ଟଙ୍କା ।