କନକ ବ୍ୟୁରୋ: ରାଜଧାନୀରେ ଚାଞ୍ଚଲ୍ୟ । ୧୪ ମାସର କୁନି ଛୁଆକୁ ମାରି ଝୁଲିପଡିଲେ ବାପା, ମାଆ । ଘରୁ ମିଳିଲା ବାପା, ମାଆ ଓ ୧୪ ମାସ ଝିଅର ଝୁଲନ୍ତା ମୃତଦେହ । ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳର ଏକ ଭଡା ଘରୁ ମିଳିଛି ତିନି ଜଣଙ୍କ ମୃତଦେହ । ମହାରାଷ୍ଟ୍ର ଭଦିଗ୍ରାମର ଏହି ପରିବାର କିଛି ଦିନ ହେବ ଭୁବନେଶ୍ୱରରେ ରହୁଥିଲେ । ତେବେ ପୂରା ଘଟଣାକ୍ରମ ରହସ୍ୟ ଘେରରେ ରହିଥିବା ବେଳେ ପୋଲିସ ପ୍ରାଥମିକ ତଦନ୍ତ କହୁଛି, ସମ୍ପତି ବିବାଦକୁ କେନ୍ଦ୍ର କରି ଏହି ଘଟଣା ଘଟିଛି ।
ତୁଷାର ରାଜେନ୍ଦ୍ର ଜଗତପ, ସ୍ତ୍ରୀ ନୀଳାତୁଷାର ଜଗତପ ଆଉ ୧୪ ମାସର ଝିଅ ଶିବନ୍ୟା । ତିନି ଜଣଙ୍କୁ ନେଇ ହସ ଖୁସିର ପରିବାର ଥିଲା । ଭଦିଗ୍ରାମ ମହାରାଷ୍ଟ୍ରର ଏହି ପରିବାର କିଛି ଦିନ ହେବ ଭୁବନେଶ୍ୱରର ଚିନ୍ତାମଣିଶ୍ୱର ଅଞ୍ଚଳରେ ରହି ଆସୁଥିଲେ । ହଠାତ ସବୁ କିଛି ଓଲଟ ପାଲଟ ହୋଇଗଲା ।
- ବନ୍ଦ ଘରୁ ମିଳିଲା ୩ ଜଣଙ୍କ ମୃତଦେହ
 - ରଶି ଲଗାଇ ଝୁଲୁଥିଲେ ପୁରା ପରିବାର
 
ହଠାତ ଏହି ପରିବାରରେ ଏକ ଏମିତି ଦିନ ଆସିଲା, ଯେତେବେଳେ ପୁରା ପରିବାର ବେକରେ ରଶି ଲଗାଇ ଝୁଲୁଥିବାର ଦୃଶ୍ୟ ସାମ୍ନାକୁ ଆସିଲା । ପୁଲିସ ଯେତେ ବେଳେ କବାଟ ଭାଙ୍ଗିଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ବାପା-ମାଆ ସମେତ କୁନି ଛୁଆ ସମସ୍ତେ ରଶିରେ ଝୁଲୁଥିଲେ । କୁନି ଝିଅ ବେକରେ ବି ରଶି ଲାଗିଥିଲା । କାହିଁକି, କଣ ପାଇଁ, ଏମିତି ଅନେକ ପ୍ରଶ୍ନ ଭିତରେ ସେହି ଚିତ୍ର ଯେତିକି ରହସ୍ୟମୟ ସେତିକି ହୃଦୟ ବିଦାରକ ବି ଥିଲା । କଅଁଳ ଶିଶୁକୁ କିଏ କେମିତି ମାରି ପାରିବ? ଆଉ ବନ୍ଦ ଘର ଭିତରୁ କେମିତ ପୁରା ପରିବାରର ଶବ ମିଳିବ? ସନ୍ଦେହ ଘେରରେ ଥିବା ଏହି ଘଟଣାକୁ ନେଇ ତନାଘନା ଆରମ୍ଭ କଲା କମିସନରେଟ ପୁଲିସ ।
ସଂପତି ଯୋଗୁଁ ଝିଅକୁ ହତ୍ୟା କରି ଝୁଲି ପଡିଲେ ବାପା ମାଆ?
ପୁଲିସର ପ୍ରାଥମିକ ଅନୁସନ୍ଧାନ କହୁଛି, ମୃତ ତୁଷାରଙ୍କ ବାପା ରାଜେନ୍ଦ୍ରଙ୍କ ସହ ସମ୍ପତିର ଉତ୍ତରାଧିକାରୀ ବାବଦରେ ଗଣ୍ଡଗୋଳ ଯୋଗୁଁ ପ୍ରାୟ ମାସେ ତଳୁ ପରିବାରରେ ଝଡ ଉଠିଥିଲା । ତୁଷାର ତାଙ୍କ ପରିବାରର ସମସ୍ତ ସମ୍ପତି, ନେବାକୁ ଚାହୁଁଥିବା ବେଳେ ତାଙ୍କ ବାପା ସମସ୍ତ ସ୍ଥାବର ଅସ୍ଥାବର ସଂପତି ଦ୍ୱିତୀୟ ପତ୍ନୀ ନାଁରେ କରିଦେଇଥିଲେ । ଯାହାକୁ ନେଇ ତୁଷାର ନିଜ ଝିଅକୁ ହତ୍ୟା କରି ପରିବାର ସହିତ ଆତ୍ମହତ୍ୟା କରିଥିବା ଜଣାପଡିଛି ।
ରାଗ ପରମ ଚଣ୍ଡାଳ । ପୈତୃକ ସମ୍ପତିରୁ ବଞ୍ଚିତ ତୁଷାର ବୁଝିପାରିଲେ ନାହିଁ, ତାଙ୍କ ଝିଅ ଆଉ ପତ୍ନୀ ତାଙ୍କ ଜୀବନର ସବୁଠୁ ବଡ ସମ୍ପତି ଥିଲେ ବୋଲି । ନିଜ ରାଗକୁ କାବୁ କରିନପାରି ତୁଷାର ଯେ ଏତେ ବଡ ଭୁଲ କରିବସିବେ ତାହା କେହି କେବେ କଳନା କରିନଥିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/04/27-32.jpg)