କନକ ବ୍ୟୁରୋ: ଦିନେ ଦାଦନ ଖଟି ବୃଦ୍ଧ ବାପାମାଆଙ୍କ ମୁହଁରେ ଦାନା ଦେଉଥିବା ପୁଅ ଆଜି ଶଯ୍ୟାଶାୟୀ । ବାପାଙ୍କ ଆର୍ଥିକ ବୋଝ ହାଲୁକା କରିବା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ ଜୟପାଟଣା ବ୍ଲକ ବାଂଜିବାହାଲ ଗାଁର ସୁମନ୍ତ ନାୟକ । ବନମାଳି ନାୟକ ଓ ତାରା ନାୟକଙ୍କ ଏକ ମାତ୍ର ପୁଅ ସୁମନ୍ତ ଆନ୍ଧ୍ରପ୍ରଦେଶର ଏକ ଚିଙ୍ଗୁଡି ଘେରିରେ କାମ କରୁଥିଲେ । ଘରେ ଦୁଃଖେସୁଖେ ବାପା-ମାଆ ଚଳି ଯାଉଥିଲେ । ହେଲେ ହଠାତ୍ ବଦଳିଗଲା ସମୟ । ଚିଙ୍ଗୁଡି ଘେରିରେ କାମ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଏବେ ବିଛଣାରେ ପଡି ରହିଛନ୍ତି ସୁମନ୍ତ । ଚିିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।
ଅଭାବୀ ସଂସାରରେ ଘରେ ଖାଇବାକୁ ଗଣ୍ଡାଏ ନଥିବା ବେଳେ ଶଯ୍ୟାଶାୟୀ ଭେଣ୍ଡିଆ ପୁଅର ଚିକିତ୍ସା ବାପାମାଆଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ସୁମନ୍ତଙ୍କୁ ସଂପୂର୍ଣ୍ଣ ସୁସ୍ଥ କରିବା ପାଇଁ ଅପରେସନ୍ର ଆବଶ୍ୟକତା ରହିଛି । ଭୁବନେଶ୍ୱର ସ୍ଥିତ ଏମ୍ସ ଡାକ୍ତରଖାନାରେ ଗୋଟିଏ ଅପରେସନ୍ ସରିଥିବା ବେଳେ ଦ୍ୱିତୀୟ ଅପରେସନ୍ ପାଇଁ ପାଖରେ ଆର୍ଥିକ ସମ୍ବଳ ନଥିବାରୁ ପ୍ରଶାସନିକ ସ୍ତରରେ ସହୟାତା ଲୋଡିଛନ୍ତି ସୁମନ୍ତଙ୍କ ବୁଢା ବାପା-ମାଆ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/02/22-4.jpg)