ହାତ ଧରାଧରି ହୋଇ ବୈତରଣୀ ନଦୀକୁ ଡେଇଁ ପଡିଲେ ବାପଝିଅ । ଆଖୁଆପଦା ପୋଲ ଉପରୁ କୁନି ଝିଅକୁ ଧରି ଡେଇଁପଡିଲେ ବାପା ଚନ୍ଦନ ସାହୁ

Advertisment
ହାତ ଧରାଧରି ହୋଇ ବୈତରଣୀ ନଦୀକୁ ଡେଇଁ ପଡିଲେ ବାପଝିଅ । ଆଖୁଆପଦା ପୋଲ ଉପରୁ କୁନି ଝିଅକୁ ଧରି ଡେଇଁପଡିଲେ ବାପା ଚନ୍ଦନ ସାହୁ

କନକ ବ୍ୟୁରୋ: ହାତ ଧରାଧରି ହୋଇ ବୈତରଣୀ ନଦୀକୁ ଡେଇଁ ପଡିଲେ ବାପଝିଅ । ପୋଲ ଉପରୁ ତଳକୁ ଡେଇଁ ବାପଝିଅ ନିଖୋଜ ହୋଇଯାଇଛନ୍ତି । ଭ୍ରଦକ ଭଣ୍ଡାରିପୋଖରି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ପରମାନନ୍ଦ ଗାଁର ଚନ୍ଦନ ସାହୁ ତାଙ୍କ କୁନି ଝିଅକୁ ଧରି ଆଖୁଆପଦା ପୋଲ ଉପରୁ ଗତକାଲି ଡେଇଁପଡିଥିଲେ । ରାତି ପ୍ରାୟ ୯ ଟା ବେଳେ ଉଭୟ ବାଇକରେ ଆସିବା ପରେ ଡେଇଁପଡିଥିବା ସୂଚନା ମଳିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ତେବେ ମାସକ ତଳେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଦୁଃଖ ଭିତରେ ଥିଲେ ଚନ୍ଦନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe