‘ଦେଶର ଭାଗ୍ୟ ରାଜମାର୍ଗ ସହ ଜଡିତ’, କାମାକ୍ଷାନଗର-ଡୁବୁରୀ ୪ ଲେନର ଏନଏଚର ଲୋକାର୍ପଣ କଲେ ଅମିତ ଶାହ …

197

କନକ ବ୍ୟୁରୋ: ଦେଶର ଭାଗ୍ୟ ରାଜମାର୍ଗ ସହ ଜଡିତ । ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହ କିଛି ଏହିଭଳି ବକ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ଗତ ୯ ବର୍ଷରେ ମୋଦୀ ସରକାରଙ୍କ ପ୍ରୟାସରେ ରାଜମାର୍ଗ ପାଇଁ ଅନେକ କାମ ହୋଇଛି । ଦେଶର ବିକାଶ ଏବଂ ଭାଗ୍ୟ ରାଜମାର୍ଗ  ସହ ଜଡିତ । ଦେଶର ଭିତ୍ତିଭୂମି ବିକାଶ ପାଇଁ ମଧ୍ୟ ମୋଦୀ ସରକାର ଅନେକ କାର୍ଯ୍ୟ କରୁଛନ୍ତି ଏବଂ ଆଗକୁ କରିଚାଲିବେ ।

ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଅମିତ ଶାହ କାମାକ୍ଷାନଗର-ଡୁବୁରୀ ୪ ଲେନର ଏନଏଚର ଲୋକାର୍ପଣ କରିଥିଲେ । ମୋଟେକ-ବାନେର ରାସ୍ତାର ସମ୍ପ୍ରସାରଣ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଛନ୍ତି ଶାହ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟ ଅତିଥି ଉପସ୍ଥିତ ରହିଥିଲେ ।