ଭୋଟ୍ ଦେଇ ନେତା ବାଛିବେ ଜନତା । ୮କେନ୍ଦ୍ରମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଜଣେ ରାଜ୍ୟପାଳଙ୍କ ଭାଗ୍ୟ ପରୀକ୍ଷା ।

218

କନକ ବ୍ୟୁରୋ: ଭୋଟ ଦେଇ ନେତା ବାଛୁଛନ୍ତି ଜନତା । ପ୍ରଥମ ପର୍ଯ୍ୟାୟରେ ୮କେନ୍ଦ୍ରମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଜଣେ ରାଜ୍ୟପାଳଙ୍କ ଭାଗ୍ୟ ପରୀକ୍ଷା ହେଉଛି । ନୀତିନ ଗଡକରୀଙ୍କ ପାଇଁ ନାଗପୁରରେ ପଡୁଛି ଭୋଟ୍ । କିରଣ ରିଜିଜୁଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର ।

ଦେଶରେ ନୂଆ ସରକାର ଗଠନ ପାଇଁ ଆରମ୍ଭ ହୋଇଛି ମତଦାନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୋଟ୍ ୧୦୨ଟି ଆସନରେ ମତଦାନ କରୁଛନ୍ତି ମତଦାତା । ୧ ଲକ୍ଷ ୮୭ ହଜାର ପୋଲିଂ କେନ୍ଦ୍ରରେ ଭୋଟ ଦେଉଛନ୍ତି ୧୬ କୋଟି ୫୩ କୋଟି ମତଦାତା । ଏଥିପାଇଁ ୧୮ ଲକ୍ଷ ପୋଲିଂ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ପୋଲିଂ କାର୍ଯ୍ୟରେ ୪୧ ହେଲିକେପ୍ଟର, ୮୪ ସ୍ୱତନ୍ତ୍ର ଟ୍ରେନ ଏବଂ ୧ ଲକ୍ଷ କାର ନିଯୁକ୍ତ କରାଯାଇଛି । ପ୍ରାୟ ୧ ହଜାର ୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ସାଢେ ତିନି କୋଟିରୁ ଅଧିକ ଯୁବ ଭୋଟର ଅଛନ୍ତି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟିଂ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ୧୦୨ ଲୋକସଭା ଆସନରେ ହେବାକୁ ଥିବା ମତଦାନରେ ତାମିଲନାଡୁର ସର୍ବାଧିକ ୩୯ ଆସନ ରହିଛି ।