କନକ ବ୍ୟୁରୋ: ୧୦୦ ଦିନରେ ପହଁଚିଲା ଚାଷୀ ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଆଜି ୧୦୦ ଦିନ ପୂରିଛି । ଏପର୍ଯ୍ୟନ୍ତ ବି କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଅଡ଼ି ବସିଛନ୍ତି ଆନ୍ଦୋଳନରତ ଚାଷୀ । ତେବେ ଆନ୍ଦୋଳନକୁ ୧୦୦ ଦିନ ପୂରିଥିବାବେଳେ ପୂର୍ବାହ୍ନ ୧୧ଟାରୁ କେଏମପି ଏକ୍ସପ୍ରେସ ରାସ୍ତାକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଆନ୍ଦୋଳନରତ ଚାଷୀ ।

Advertisment

ସେପଟେ ରାସ୍ତା ଅବରୋଧ ଏବଂ ବିରୋଧ ପ୍ରଦର୍ଶନ ନେଇ ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି । ଏବେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି ଏବଂ ସେଠାରେ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରଦର୍ଶନ ପାଇଁ ଚାଷୀ ସଂଗଠନମାନେ ଯୋଜନା କରୁଛନ୍ତି । ଆଗାମୀ ୮ ତାରିଖ ଦିନ ଦେଶବ୍ୟାପୀ ଧାରଣା ସ୍ଥଳଗୁଡ଼ିକରେ ମହିଳାମାନେ ଆନ୍ଦୋଳନକୁ ପରିଚାଳନା କରିବେ । ଏହି ଦିବସକୁ ମହିଳା କୃଷକ ଦିବସ ଭାବେ ପାଳନ କରାଯିବ ।