କନକ ବ୍ୟୁରୋ: କେନାଲରେ ପାଣି ନଆସିବାରୁ ଚାଷୀଙ୍କ ମଧ୍ୟରେ ବଢିଚାଲିଛି ଅସନ୍ତୋଷା କାମାକ୍ଷାନଗର କଙ୍କଡାହାଡ ବ୍ଳକ ରାମିଆଳ କେନାଲରେ ପାଣି ଆସିବା ନେଇ ସମସ୍ୟା ଦେଖିବାକୁ ମିଳିଛି । ଆଖାପାଖର ଥିବା ଜମିଗୁଡିକରେ ପାଣି ନମିଳିବାରୁ ଜମି ଫାଟି ଆଁ କରିଛି । ଆଖାପାଖ ଅଞ୍ଚଳରେ ଲୋକେ ଚାଷ ଜମି ଉପରେ ନିର୍ଭର କରି ଚଳୁଛନ୍ତି । ଅମଳ ଫସଲରେ ବର୍ଷ ସାରା ପରିବାର ଚଳିଥାଏ । ହେଲେ ଏବେ ସ୍ୱଳ୍ପ ବର୍ଷା ସାଙ୍ଗକୁ କେନାଲରେ ପାଣି ନଆସିବା ଯେମିତି ଚାଷୀଙ୍କ ସମସ୍ୟା ବଢାଇ ଦେଇଛି ।
ପାଣି ଅଭାବ ଯୋଗୁ ଚାଷ ଜମି ଶୁଖିଗଲାଣି । ତା ସହିତ ଧାନ ସବୁ ମରିଗଲାଣି । ପାଣି ସମସ୍ୟା ଦୂର କରିବାକୁ ବହୁବାର ଜଣାଇ ସାରିଛନ୍ତି । ହେଲେ ସେମାନଙ୍କ ସମସ୍ୟା ଶୁଣିବାକୁ ଯେମିତି କେହି ନାହିଁ । ସେପଟେ ଫସଲ ଉଜୁଡି ଯାଉଥିବାରୁ ପରିବାର କିଭଳିି ଚଳିବ ସେ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ କୂଳ । ତେବେ କେନାଲରେ ପାଣି ନଆସିଲେ ଆନ୍ଦୋଳନ କରିବାର ଚେତାବନୀ ଦେଇଛନ୍ତି ଚାଷୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/16-3.jpg)