ଦିଲ୍ଲୀରେ ୨୭ଦିନରେ ପହଞ୍ଚିଲା ଚାଷୀଙ୍କ ଆନ୍ଦୋଳନ । ସୀମା ସିଲ୍ କଲା ଦିଲ୍ଲୀ ପୋଲିସ । ଚିଲ୍ଲା ବର୍ଡର ସମେତ ନୋଏଡା ଓ ଗାଜିଆବାଦରୁ ଦିଲ୍ଲୀକୁ ପ୍ରବେଶ ବନ୍ଦ

75

କନକ ବ୍ୟୁରୋ : ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ କୃଷକ ଆନ୍ଦୋଳନ ଜାରି ରହିଛି । ରାଜଧାନୀର ପ୍ରବେଶ ପଥରେ ଜଗି ରହିଛନ୍ତି ଚାଷୀ । ଚିଲ୍ଲା ବୋର୍ଡରେ ପ୍ରତିବାଦ ଯୋଗୁଁ ସୀମାକୁ ସିଲ୍ କରିଦିଆଯାଇଛି । ନୋଏଡା ଓ ଗାଜିଆବାଦରୁ ଦିଲ୍ଲୀକୁ ଯାତାୟତ ଉପରେ ମଧ୍ୟ ରୋକ ଲାଗିଛି ।

୨୭ଦିନରେ ପହଁଚିଲା ଚାଷୀ ଆନ୍ଦୋଳନ । ହାଡଭଙ୍ଗା ଶୀତରେ ଚାଷୀମାନେ ନିଜ ଜିଦରେ ଅଟଳ ରହିଛନ୍ତି । ଖୋଲା ଆକାଶ ତଳେ, ଶୀତ କାକରରେ ଆନ୍ଦୋଳନ ଜାରି ରଖିଛନ୍ତି ଚାଷୀ । ରାଜଧାନୀର ପ୍ରବେଶ ପଥରେ ଜଗି ରହିଛନ୍ତି ଚାଷୀ । ଚିଲ୍ଲା ବୋର୍ଡରେ ପ୍ରତିବାଦ ଯୋଗୁଁ ସୀମାକୁ ସିଲ୍ କରିଦିଆଯାଇଛି ।

ନୋଏଡା ଓ ଗାଜିଆବାଦରୁ ଦିଲ୍ଲୀକୁ ଯାତାୟତ ଉପରେ ଲାଗିଛି ରୋକ । ଆଗକୁ କଣ ହେବ ରଣନୀତି ଏନେଇ ଚାଷୀ ସଂଗଠନ ମଧ୍ୟରେ ଆଲୋଚନା ଜାରି ରହିଛି । ସରକାରଙ୍କ ପ୍ରସ୍ତାବ ଉପରେ ବିଚାର କରିପାରନ୍ତି ଚାଷୀ ନେତା । ପୁର୍ନବାର ବୈଠକ କରିବା ପାଇଁ ସରକାରଙ୍କ ପକ୍ଷରୁ ୪୦ଜଣ ସଂଗଠନକୁ ନୂଆ ପ୍ରସ୍ତାବ ଦିଆଯାଇଛି । ବୈଠକ କେବେ ହେବ ସେ ନିଷ୍ପତି ଚାଷୀଙ୍କ ଉପରେ ଛାଡିଛନ୍ତି ସରକାର ।

ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ରାଜଧାନୀ ଦିଲ୍ଲୀର ପ୍ରବେଶ ପଥରେ ବିଭିନ୍ନ ରାଜ୍ୟରୁ ଆସିଥିବା ଚାଷୀ ଜଗିରହିଛନ୍ତି । ଦିଲ୍ଲୀ-ହରିଆଣା, ଦିଲ୍ଲୀ-ଗାଜିଆବାଦ ଓ ଦିଲ୍ଲୀ-ଉତରପ୍ରଦେଶ ସୀମାରେ ଆନ୍ଦୋଳନ କରୁଛନ୍ତି ଚାଷୀ । ଫଳରେ ଏହି ରାସ୍ତା ଗୁଡ଼ିକରେ ଗାଡ଼ି ମଟର ଯାତାୟତ କରିବାରେ ବାଧା ସୃଷ୍ଟି ହୋଇଛି । ସେପଟେ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଉଛି ଆପ୍ । ଆମ ଆଦମୀ ପାର୍ଟି ନେତା ରାଘବ ଚଢଢା କହିଛନ୍ତି ସରକାରଙ୍କ ଅହଂକାର ସହ ଚାଷୀଙ୍କ ଲଢେଇ ଚାଲିଛି । ତୁରନ୍ତ ସରକାର ନିଜର ଅହଂକାର ଛାଡି ଚାଷୀଙ୍କ ଦାବି ମାନିବା ଉଚିତ ।

ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରୁ ଜଣେ ବୃଦ୍ଧ ଚାଷୀ ଗତକାଲି ବିଳମ୍ବିତ ରାତିରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ସିଂଘୁ ସୀମାରେ ଧାରଣା ଦେଇଥିବା ନିଂରଜନ ସିଂ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।