ଚାଷୀର ଭାତ ହାଣ୍ଡିକୁ ଦଇବ ଭରସା : ବର୍ଷା ଅଭାବରୁ ଜମି ଫାଟି ଆଁ, ଶୁଖିଲା ଜମିରେ ତଳି ରୋଇଲା ଚାଷୀ; ନିଆଳିରେ ଶହ ଶହ ଏକର ଜମିରେ ମରୁଡି ଆଶଙ୍କା

221

କନକ ବ୍ୟୁରୋ : ଚାଷୀର ଭାତ ହାଣ୍ଡିକୁ ଦଇବ ଭରଷା । ଶ୍ରାବଣ ସରିଲା ଖରିଫ ଧାନ ପାଇଁ ଚାଷୀ ପାଣି କିଣିଲା ଭଗବାନ ଭରଷାରେ ସୁଖିଲା କ୍ଷେତରେ ଧାନ ରୁଆ କାମ ଆରମ୍ଭ କରିଛନ୍ତି ଚାଷୀ । ଆଗାମୀ ବର୍ଷାର ସୂଚନା ପାଇଁ ଡହଡହ ମୁଣ୍ଡଫଟା ଖରାରେ ସୁଖିଲା ବିଲରେ ଧାନ ତଳି ରୋଉଛନ୍ତି କଟକ ନିଆଳି ବ୍ଲକ ରତନପୁର ପଚାଂୟତ ବନମାଳିପୁର ଗାଁର ଚାଷୀ । ଏଠାରେ ତଳି ପାଇଁ କିଏ ପାଣି କିଣୁଛି ତ କିଏ ନଳକୂଅରୁ ପାଣି ଆଣି ଜମିରେ ମଡାଉଛନ୍ତି । ମୁଣ୍ଡ ଫଟା ଖରାରେ ଚାଷୀ ପରିଶ୍ରମ କରି କ୍ଷେତକୁ ସଜାଡିଛି । ହେଲେ ପାଣି ନଥିବାରୁ ରୁଆ ପୋତା କାମ ହୋଇପାରୁନଥିବା ବେଳେ ମଟର ପାଣି କିଣି ତଳି ବଂଚାଉଛନ୍ତି ଚାଷୀ ।

ନିଆଳି ବ୍ଲକରେ ୭୦ ଭାଗ ଜମିରେ ଖରିଫ ଧାନ ଫସଲ କରି ୨୩ଟି ପଂଚାୟତର ଚାଷୀ ପରିବାର ପ୍ରତିପୋଷଣ କରନ୍ତି । ହେଲେ ଏଥର ଆଷାଢ ଓ ଶ୍ରାବଣରେ ବର୍ଷା ଉଭାନ ହୋଇଯିବାରୁ ଧାନ ତଳି ସବୁ ଜଳି ଯାଇଛି । ଗଜା ମରୁଡି ଆଶଙ୍କା ସୂଷ୍ଟି ହୋଇଛି । ବନମାଳିପୁର ଗାଁରେ ଅନେକ ଚାଷୀ ପାଣି କିଣି ୨ ରୁ ୩ ଗୁଣ୍ଠୁ ଧାନ ଚାଷ କରିଥିବା ବେଳେ ଆହୁରି ହେକ୍ଟର ହେକ୍ଟର ବିଲ ପଡିଆ ପଡିଛି ।