ବର୍ଷ ବର୍ଷ ଧରି କେନାଲରେ ଆସୁନି ପାଣି: ଘଟଣାସ୍ଥଳକୁ ଆସିଥିବା ବିଭାଗୀୟ ଅଧିକାରୀଙ୍କୁ ଚଲାଇ ଚଲାଇ କେନାଲ ପାଖକୁ ନେଲେ ଚାଷୀ

45

କନକ ବ୍ୟୁରୋ: ବର୍ଷ ବର୍ଷ ଧରି କେନାଲରେ ଆସୁନି ପାଣି । ତେଣୁ ଚାଷ ପାଇଁ ସବୁବେଳେ ବର୍ଷା ଉପରେ ନିର୍ଭର କରିବାକୁ ପଡୁଛି । ବର୍ଷା ନହେଲେ ଚାଷ ପ୍ରଭାବିତ ହେଉଛି । ତେଣୁ କେନାଲରେ ପାଣି ପାଇଁ ଦାବି କରି ରାସ୍ତାରୋକ କରିଥିଲେ କେନ୍ଦ୍ରାପଡା ମାର୍ଶାଘାଇ ଅଂଚଳର ଚାଷୀ । ଚାଷୀ ରାସ୍ତା ଉପରେ ବସିବା ପରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲେ ଜଳ ସଂପଦ ବିଭାଗର ଯନ୍ତ୍ରୀ ଓ ଅନ୍ୟ ଅଧିକାରୀ । ସେଠାରେ ଚାଷୀଙ୍କ ସହ ଆଲୋଚନା କରିଥିଲେ । ପାଣି ସମସ୍ୟାକୁ ନେଇ ତାତି ଉଠିଥିବା ଚାଷୀ ନିଜ ସମସ୍ୟା ଜଣାଇଥିଲେ । ପରେ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀଙ୍କୁ ଚଲାଇ ଚଲାଇ କେନାଲ ପାଖକୁ ନେଇଥିଲେ । ଶୁଖିଲା କେନାଲର ଅବସ୍ଥା ଦେଖାଇବା ସହ ପାଣି ଅଭାବରୁ ଶୁଖିଲା ପଡିଥିବା ଚାଷ ଜମିକୁ ମଧ୍ୟ ଦେଖାଇଥିଲେ । ଜଳସଂପଦ ବିଭାଗର ଏସଇ, ଏସଡି ଓ ଜେଇ ଝିପିଝିପି ବର୍ଷାରେ ଚାଲି ଚାଲି ଜମି ପାଖକୁ ଯାଇଥିଲେ । ଏବଂ ଚାଷୀଙ୍କ ସ୍ଥିତି ଦେଖିବା ପରେ ୨୪ ଘଂଟା ମଧ୍ୟରେ କେନାଲରେ ପାଣି ଯୋଗଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।