କନକ ବ୍ୟୁରୋ: ବାରିପଦାରେ କୁକୁଡା ଚାଷୀଙ୍କ ଅଭିନବ ପ୍ରତିବାଦ । ଜିଲ୍ଲାପାଳ ଅଫିସରେ ଫିଙ୍ଗିଲେ ମଲା କୁକୁଡା । ପ୍ରତିଦିନ ୧୫୦ରୁ ୨୦୦ କୁକୁଡା ମରୁଥିବା ଅଭିଯୋଗ କରିଛନ୍ତି କୁକୁଡା ଚାଷୀ । ଆଜି ପୂର୍ଣ୍ଣଚନ୍ଦ୍ରପୁର ଗାଁର ଏକ କୁକୁଡା ଚାଷୀ ଗାଡିରେ ମଲା କୁକୁଡା ଧରି ଜିଲ୍ଲାପାଳ ଅଫିସକୁ ଆସିଥିଲେ । ଚିକିତ୍ସା ଅଭାବରୁ ଗୃହ ପାଳିତ ପଶୁଙ୍କ ମୃତ୍ୟୁ ହେଉଥିବା ବେଳେ ଅଭିଯୋଗ କଲେ କେହି ଶୁଣୁନଥିବା କହିଛନ୍ତିି । ସେପଟେ ୨୩ ଦିନରେ ପହଂଚିଛି ଭେଟେନାରୀ ଡାକ୍ତରଙ୍କ ଆନ୍ଦୋଳନ ।
୨୩ ଦିନରେ ପଶୁ ଡାକ୍ତରଙ୍କ ଆନ୍ଦୋଳନ: ଜିଲ୍ଲାପାଳ ଅଫିସରେ ମଲା କୁକୁଡା ଆଣି ଫିଙ୍ଗିଲେ ଚାଷୀ
/kanak/media/post_attachments/wp-content/uploads/2024/02/10-7.jpg)