କନକ ବ୍ୟୁରୋ : ଆଜି ପବିତ୍ର ଗଣେଶ ପୂଜା । ହେଲେ ଚଳିତ ବର୍ଷ ଜଟଣୀରେ ଫିକା ପଡିଛି ପ୍ରସିଦ୍ଧ ଗଣେଶ ଉତ୍ସବ । ଏହାକୁ ନେଇ ନିରାଶ ହୋଇଛନ୍ତି ଜଟଣୀ ବାସିନ୍ଦ।। ଚଳିତ ବର୍ଷ କରୋନା କଟକଣା କାରଣରୁ ପୂଜା ମଣ୍ଡପରେ ସାଧାରଣ ଲୋକଙ୍କ ସମାଗମ ରୋକିବାକୁ ପୂଜା ଉପରେ ରୋକ୍ ଲଗାଇଛି ଜିଲ୍ଲା ପ୍ରଶାସନ । ତେଣୁ ପୂଜା ମଣ୍ଡପ ଗୁଡିକ ଚଳିତ ବର୍ଷ ଖାଁ ଖାଁ ଦିଶୁଛି । ସେପଟେ ଏଥର ବଜାରରୁ ମୂର୍ତି ନେଇ ଘରେ ହିଁ ପୂଜା କରିବାକୁ ପ୍ରସ୍ତୁତ ହୋଇଛନ୍ତି ଲୋକେ । ତେବେ ଚଳିତ ବର୍ଷ ଜଟଣୀରେ ଗଣେଶ ଉତ୍ସବ ଉପରେ ରୋକ୍ ଲାଗିବ ମୂର୍ତି କାରିଗରଙ୍କୁ ନିରାଶ କରିଛି ।publive-image

Advertisment

ସବୁଠି ଚାଳିଛି ବିଘ୍ନ ବିନାଶକଙ୍କ ଆରାଧନା । ତେବେ ଚଳିତ ବର୍ଷ କରୋନା କଟକଣା କାରଣରୁ ରାଜ୍ୟରେ ସାର୍ବଜନୀନ ଗଣେଶ ପୂଜା ଉପରେ ରୋକ୍ ଲାଗିଛି । ସମସ୍ତେ ଘରେ ରହି ପ୍ରଭୁ ଗଜାନନଙ୍କ ଆରାଧନା କରୁଛନ୍ତି । ଏପରି ସମୟରେ ବ୍ରହ୍ମପୁର ହିଲପାଟଣାରେ ଥିବା ଗଣେଶ ମନ୍ଦିର ବି ଲାଗୁଛି ଖାଁ ଖାଁ । ଚଳିତ ବର୍ଷ ନିରାଡଂବର ଭାବରେ ଗଣେଶଙ୍କ ଆରାଧନାର ଆୟୋଜନ ହୋଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ କିନ୍ତୁ ଭକ୍ତଙ୍କ ସମାଗମ ନାହିଁ ।