କନକ ବ୍ୟୁରୋ : ଧରାବତରଣ କରିଛନ୍ତି ଜଗତଜନନି ମାଆ ଦୁର୍ଗା । ଚାରିଆଡେ ପାର୍ବଣର ମାହୋଲ । କରୋନା କଟକଣା ଭିତରେ ଦସହରା ପୂଜା କରାଯାଉଛି । ଆଗକୁ ଆଲୋକର ପର୍ବ ଦୀପାବଳି ଆସୁଛି । ଦୀପାବଳୀରେ ଅନ୍ଧାର ଉପରେ ଆଲୋକର ବିଜୟ ପାଇଁ ଗାଁରୁ ସହର ସବୁ ମାଟି ଦୀପର ଆବଶ୍ୟକତା ପଡେ । ଆଉ ଏହି ଦୀପ ତିଆରି କରି ଦୀପ କାରିଗର ମଧ୍ୟ ବେଶ ଦୁଇ ପଇସା ରୋଜଗାର କରିବାର ଆଶା ରଖିଛନ୍ତି ।
ମନ୍ଦିର ରୁ ଘର, ବିବାହ ବ୍ରତ ଠାରୁ ଆରମ୍ଭ କରି ପୂଜା ମଣ୍ଡପ, ସବୁ ମାଙ୍ଗଳିକ କାମରେ ଖୋଜାପଡେ ଦୀପ । ଠାକୁର ଘରେ, ଚଉରାମୂଳେ ଦୀପଟିଏ ଜାଳିଦେଲେ ମନରେ ସକରାତ୍ମକ ଭାବନା ଭରିଯାଏ । ଆଉ ଦୀପାବଳୀରେ ଘର ଅଗଣାରେ ମାଟିଦୀପ ଜାଳିଲେ ଖୁବ୍ ଶାନ୍ତି ମିଳେ । ଦୀପାବଳୀ ହେଉ ବା ପୂଜା ପର୍ବଣ ସବୁଠି ଖୋଜା ପଡୁଥିବା ଏହି ମାଟି ଦୀପ ତିଆରି କରି ପେଟ ପୋଷନ୍ତି ପୁରୀ ଜିଲ୍ଲା କଣାସ ବ୍ଲକ ଗଡପୁଟ ପଚାଂୟତର ସତାଧିକ କୁମ୍ଭକାର ପରିବାର । ଚଳିତବର୍ଷ ଦିପାବଳୀକୁ ନଜରରେ ରଖି ମାଟିରେ ବିଭିନ୍ନ ପ୍ରକାରର ଦିପ ଗଢି ଚାଲିଛନ୍ତି କୁମ୍ଭକାର ।
କୁମ୍ବକାର ମାନେ ମାଟି, ବାଲି, ଜାଳେଣି କିଣି ସେଥିରେ ଦୀପ ତିଆରି କରିଥାନ୍ତି । ଅନେକ ପ୍ରକାରର ଦୀପକୁ କଣାସ, ପୁରୀ, ଖୋର୍ଦ୍ଦା, ଭୁବନେଶ୍ୱର ବଜାରରେ ବିକ୍ରି କରାଯାଏ । ୧୦୦ ଦୀପକୁ ମାତ୍ର ୩୦ରୁ ୪୦ ଟଂକାରେ ବିକ୍ରି କରିଥାନ୍ତି । ଫଳରେ ପରିବାରର ପେଟ ପୁରେ ନାହିଁ । ଏଭଳି ସ୍ଥିତିରେ କିଛି ବୟଜ୍ୟେଷ୍ଠ କୁମ୍ଭକାର କୌଳିକ ବୃତିକୁ ବଂଚାଇ ରଖିଥିବା ବେଳେ ବର୍ତମାର ଯୁବପୀଢି ମୁହଁ ଫେରାଇ ନେଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2020/10/10-20.jpg)