କନକ ବ୍ୟୁରୋ: କଟକ ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ମୃତ୍ୟୁ ମାମଲା । ହତ୍ୟା ଅଭିଯୋଗ ଆଣିଲେ ମାଆ ଓ ଭାଇ । ସୁବାସଙ୍କୁ ତାଙ୍କ ସ୍ତ୍ରୀ ଓ, ଶଳା ହତ୍ୟା କରିଥିବା ଅଭିଯୋଗ ସେମାନେ କରିଛନ୍ତି । ଏହାସହ ହତ୍ୟା କରି ଆତ୍ମହତ୍ୟା ରୂପ ଦିଆଯାଇଥିବା ଅଭିଯୋଗ କରିଛନ୍ତି ସୁବାସଙ୍କ ମାଆ ଓ ଭାଇ । ଏନେଇ ସେମାନେ କଟକ ମର୍କତନଗର ଥାନାରେ ଏତଲା ଦେଇଛନ୍ତି ।

Advertisment

ଗତକାଲି କଟକ ସିଡିଏ ସେକ୍ଟର ୯ ସ୍ଥିତ କ୍ୱାର୍ଟରରୁ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା । ଦୁଇ ଦିନ ହେବ କୋର୍ଟ ଛୁଟି ଥିବା ବେଳେ ଗତକାଲି ତାଙ୍କ ଷ୍ଟେନୋଙ୍କୁ ଫୋନ୍ କରି ଛୁଟିରେ ରହିବେ ବୋଲି କହିଥିଲେ ବିଚାରପତି ସୁବାସ ବିହାରୀ ।