କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ଯୋଗଦେବେ ରାଜନୈତିକ ହିଂସାରେ ପ୍ରାଣ ହାରାଇଥିବା ବିଜେପି କର୍ମୀ ଦିଲ୍ଲୀପ ପାହନଙ୍କ ପରିବାର । ମୃତ ଦିଲ୍ଲିପଙ୍କ ପରିବରକୁ ବିଜେପି ତରଫରୁ ଶପଥ ସମାରୋହରେ ଯୋଗ ଦେବା ପାଇଁ ସ୍ୱତନ୍ତ୍ର ନିମନ୍ତ୍ରଣ ହୋଇଛି ।
ଦିଲ୍ଲୀପଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ କିପରି କଠୋର ଦଣ୍ଡ ମିଳିବ ସେନେଇ ସରକାରଙ୍କୁ ଦାବି ଜଣାଇବେ ବୋଲି କହିଛନ୍ତି ଦିଲ୍ଲୀପଙ୍କ ପରିବାର ଲୋକ । ଗତ ନିର୍ବାଚନରେ ଖଲ୍ଲିକୋଟରେ ପ୍ରାକ୍ ନିର୍ବାଚନ ହିଂସାକାଣ୍ଡ ଘଟିଥିଲା । ପୋଷ୍ଟର ମାରିବାକୁ କେନ୍ଦ୍ର କରି ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ହିଂସାକାଣ୍ଡ ହୋଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ହଣାହଣି ହେବାରୁ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/06/23-7.jpg)