ଆଧୁନିକତା ଭିତରେ ହଜିଯିବାକୁ ବସିଲାଣି କୌଳିକ ବୃତ୍ତି ,ଜୀବିକା ହରାଉଛନ୍ତି କମାରଶାଳା କାରିଗର ପରିବାର ।

36

କନକବ୍ୟୁରୋ: ଏ ହେଉଛି କମାରଶାଳ। ତିଆରି ଚାଲିଛି ଲୁହାର ବିଭିନ୍ନ ସାମଗ୍ରୀ । ଯେଉଁଠି ଗାଁ ଗଣ୍ଡାର ଲୋକମାନେ ଲୁହାର ନିତ୍ୟଵ୍ୟଵହୃତ ସାମଗ୍ରୀ  ତିଆରି କରିଥାନ୍ତି। ଆଉ କୌଳିକ ବୃତ୍ତିକୁ ଆପଣେଇଥିବା କମାର ଶ୍ରେଣୀର ଲୋକମାନେ କାମ କରି ଏଥିରୁ ଉପାର୍ଜିତ ଅର୍ଥରେ ନିଜ ଘର ଚଳାଇଥାନ୍ତି। ଏହା ଏକ ପ୍ରକାର କୁଟୀର ଶିଳ୍ପ କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଆଜି ଏହି ବୃତ୍ତି ଲୋପ ପାଇବାକୁ ବସିଲାଣି। ସମସ୍ୟା ହେଉଛି ଆଜିର ଯୁବପିଢ଼ି କମ ରୋଜଗାରରେ ଏଭଳି କଷ୍ଟ ସାଧ୍ୟ କାର୍ୟ୍ୟ କରିବା ପାଇଁ ରାଜି ନୁହଁନ୍ତି।

ଦ୍ୱିତୀୟରେ କମ ଦାମରେ ମେସନାରୀ ଲୁହା ସାମଗ୍ରୀ ବଜାରରେ ଉପଲବ୍ଧ। ତେଣୁ ଲୋକମାନେ ଆଉ କମାର ଶାଳ ଉପରେ ନିର୍ଭର କରୁନାହାନ୍ତି। , କମାର ଶାଳରେ ଚିମୁଟା, ହାମର, ହାତୁଡି, ଦାଆ ,କଟୁରି, ଟାଙ୍ଗିଆ, କାଟେଣି, ପନିକି, କୋରଣା, କୋଡ଼ି, ଫାଉଡା ଭଳି କୃଷି ଓ ନିର୍ମାଣ କାର୍ୟ୍ୟୋର ବ୍ୟବହୃତ ସାମଗ୍ରୀ ତିଆରି କରାଯାଇଥାଏ। ଗରମ ଲୁହାକୁ ବାଡେଇ ବାଡେଇ ବିଭିନ୍ନ ସାମଗ୍ରୀ ତିଆରି କରନ୍ତି କମାର। ଏଥିପାଇଁ ବହୁ ପରିଶ୍ରମ କରିବାକୁ ପଡିଥାଏ।  କିନ୍ତୁ ଏମାନଙ୍କ ପାଇଁ କୌଣସି ସରକାରୀ ବ୍ୟବସ୍ଥା ନାହିଁ। ଫଳରେ ଆଉ କେହି ଏହି ବୃତ୍ତିକୁ ବଞ୍ଚାଇବା ପାଇଁ ଆଗ୍ରହ ପ୍ରକାଶ କରୁନାହାଁନ୍ତି। ଯାହା ଫଳରେ ଏହି କୌଳିକ ବୃତ୍ତି ବୁଡିବା ସହ କାରିଗରମାନେ ସେମାନଙ୍କର ଜୀବନ ଜୀବିକା ହରେଇ ବସୁଛନ୍ତି।

ମତ୍ସଜୀବୀ, କେନ୍ଦୁପତ୍ର ତୋଳାଳୀଙ୍କ ଠୁ ଆରମ୍ଭ କରି ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସରକାର ସହାୟତା ପ୍ରଦାନ କରୁଛନ୍ତି। ଯଦି ଏମାନଙ୍କ ପାଇଁ ସରକାର କିଛି ସ୍ୱତନ୍ତ୍ର ବେବସ୍ତା କରି ସହାୟତାର ହାତ ବଢାନ୍ତେ ତେବେ ବୁଡି ଯାଉଥିବା ଏହି କୌଳିକ ବୃତ୍ତିକୁ ସେମାନେ ବଞ୍ଚାଇ ପାରନ୍ତେ।