କନକ ବ୍ୟୁରୋ: ଚୁପଚାପ ଶୋଇ ପଡିଛି ପୁଅ । ଅଝଟ କରିବ ବି କାହା ପାଖରେ । ଯାହା ପାଖରେ ଅଳି କରିଥାନ୍ତା ଆଜି ସେ ସବୁଦିନ ପାଇଁ କରିଦେଇଛନ୍ତି ପର । ଭିନ୍ନକ୍ଷମ ବୋଲି ରାସ୍ତା କଡରେ ଶୁଆଇ ଚାଲିଗଲେ । ଆଉ ପଛକୁ ଫେରିକି ବି ଚାହିଁଲେନି । ହୃଦୟକୁ ଦୋହଲାଇ ଦେଇଥିବା ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଖୋଦ ରାଜଧାନୀରେ । ଭିଏସଏସ ନଗର ଅଂଚଳର ଏକ ନାଳ କଡରେ ପିଲାଟି ପଡିଥିବା ସ୍ଥାନୀୟ ଲୋକ ଦେଖିବା ପରେ ପୋଲିସକୁ ଜଣାଇଥିଲେ । ପୁଲିସ ପିଲାଟିକୁ ଉଦ୍ଧାର କରିଛି । କିନ୍ତୁ ପିଲାଟି ନା କଥା ହୋଇ ପାରୁଛି ନା କିଛି ବୁଝିପାରୁଛି । ପୋଲିସ ଶିଶୁଟିକୁ ଚାଇଲ୍ଡ ଲାଇକୁ ହସ୍ତାନ୍ତର କରିଛି ।
ଭିନ୍ନକ୍ଷମ ପୁଅକୁ ଏଭଳି ବେସାହାରା କରି ରାସ୍ତାକଡରେ ଛାଡି ଏକ ପରିବାର କିଭଳି ଚାଲିଗଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏବେ ଉଦ୍ଧାର ହୋଇଥିବା ଶିଶୁର ଅଭିଭାବକଙ୍କର ପରିଚୟ ଖୋଜିବ ଚାଇଲ୍ଡ ଲାଇନ । ସେପଟେ ଘଟଣାକୁ ଅତି ଗୁରୁତର ସହ ନେଇଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗ । ତଦନ୍ତ କରିବାକୁ ସ୍ଥାନୀୟ ପୋଲିସକୁ କହିଛନ୍ତି ଆୟୋଗ ଅଧ୍ୟକ୍ଷ ।
ଚାଇଲ୍ଡ ଲାଇନର ତଥ୍ୟ ଅନୁଯାୟୀ ଭୁବନେଶ୍ୱରରେ ବର୍ଷକୁ ୧୦ରୁ ୧୨ ଭିନ୍ନକ୍ଷମ ଶିଶୁ ଏଭଳି ରାସ୍ତା କଡରୁ ଉଦ୍ଧାର ହେଉଛନ୍ତି । ଆଉ ଯତ୍ନ ନେଇନପାରି ଅନେକ ଏଭଳି ରାସ୍ତାକଡରେ ପିଲାଙ୍କୁ ଫୋପାଡି ଦେଉଥିବା ଘଟଣା ସାମ୍ନାକୁ ଆସୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/06/Collage-Maker-22-Jun-2022-08.14-PM.jpg)