ଗୋଟିଏ ପରିବାରର ୨ ଶିଶୁ କନ୍ୟାଙ୍କ ମୃତ୍ୟୁ । ଜୀବନ ଫେରିବା ଆଶାରେ ଚେଙ୍କ ଦେଲେ ପରିବାର ଲୋକେ

98

କନକ ବ୍ୟୁରୋ: କେନ୍ଦୁଝର ତୁରୁମୁଙ୍ଗା ଥାନା ପୁରନ୍ଦପୁର ଗାଁରେ ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ । ଜୀବନ ଫେରିବା ଆଶାରେ ଶିଶୁକନ୍ୟାକୁ ଚେଙ୍କ ଦେଲେ ପରିବାର ଲୋକେ । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମୃତଦେହରେ ଚେଙ୍କ ଦେଇଛନ୍ତି ପରିବାର ଲୋକେ । ତେବେ ମିଳିଥିବା ସୂଚନା ମୁତାବକ, ମୃତ ଶିଶୁକନ୍ୟା ହେଲେ ଟଙ୍କଧର ମହାରଣାଙ୍କ ଝିଅ ଇତିଶ୍ରୀ ଓ ଲିପି । ଶିଶୁକନ୍ୟାଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ଗୁରୁତର ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ଡାକ୍ତରଖାନା ଯିବା ବାଟରେ ଇତିଶ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଜୀବନ ହାରିଥିଲେ ଲିପି । ତେବେ ସାନଝିଅ ଲିପିର ମୃତଦେହକୁ ଡାକ୍ତରଖାନାରୁ ଆଣି ଚେଙ୍କ ଦେଇଥିଲେ ପରିବାର ଲୋକେ । ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।