ରେଳ ଦୁର୍ଘଟଣାର ସେହି କାଳରାତି: ଦୁର୍ଘଟଣା ପରେ ଏବେ ମୃତଦେହ ପାଉନାହାନ୍ତି ପରିବାର

236

କନକ ବ୍ୟୁରୋ: ବିବାହର ମାସେ ନପୁରୁଣୁ ଆଶା ଆଶଙ୍କାରେ ବିହାରର ଅଖିଳେଶଙ୍କ ପରିବାର । ଗତ ମାସ ୭ତାରିଖରେ ହସଖୁସିରେ ସରିଥିଲା ବିବାହ, ଆଉ ଘର ଲୋକଙ୍କ ସହ କିଛି ସମୟ ବିତାଇବା ପରେ ପୁଣି ନିଜ କର୍ମସ୍ଥଳକୁ ଫେରିଯାଉଥିଲେ ବିହାରର ଅଖିଳେଶ । ଏହାରି ଭିତରେ ଟ୍ରେନ ଦୁର୍ଘଟଣା ସବୁକିଛି ଓଲଟ ପାଲଟ କରିଦେଇଛି । ଅଖିଳେଶଙ୍କ କୌଣସି ପତା ପାଉନାହାନ୍ତି ପରିବାରଲୋକେ । ସେହିପରି ଦିଲ୍ଲୀର ହନିଫଙ୍କୁ ଖୋଜିବାକୁ ଆସିଥିବା ତାଙ୍କ ଭାଇ ମଧ୍ୟ କୌଣସି ଖବର ପାଉନାହାନ୍ତି ।

ବିହାରର ଅଖିଳେଶ କୁମାର ଯାଦବ । ଦୁର୍ଘଟଣା ପରେ ସେ କୁଆଡ଼େ ନିଖୋଜ ହୋଇଯାଇଥିବା ବେଳେ ପୁଅ ଫଟୋ ଧରି ଭୁବନେଶ୍ୱରରେ ପହଂଚିଛନ୍ତି ବୁଢ଼ା ବାପା । ମେ ମାସ ୭ ତାରିଖ ଆଜିର ଦିନରେ ଅଖିଳେଶଙ୍କ ବାହାଘର ହୋଇଥିଲା । ଆଉ ବାହାଘରକୁ ମାସେ ପୁରିଛି । ଅଖିଳେଶ କାମ ଆଶାରେ ଯାଉଥିଲେ ଚେନ୍ନାଇ । ହେଲେ କାଳ ରାତିର ସେ ଦୁର୍ଘଟଣା ପରେ ପୁଅକୁ ଖୋଜି ଖୋଜି ବିହାରରୁ ଭୁବନେଶ୍ୱରରେ ପହଂଚିଛନ୍ତି ଅଖିଳେଶଙ୍କ ବାପା ଓ ଅଖିଳେଶଙ୍କ ସାଙ୍ଗ । ବାପା ଏବେ ଭୁବନେଶ୍ୱରରେ ପଂହଚି ହସ୍ପିଟାଲରୁ ସେ ହସ୍ପିଟାଲ ପୁଅର ଫଟୋ ଧରି ଖୋଜି ବୁଲୁଛନ୍ତି । ମୃତକଙ୍କ ତାଲିକାରେ ନା ପୁଅକୁ ପାଉଛନ୍ତି ନା ଆହତଙ୍କ ତାଲିକାରେ । ଶେଷରେ ଡିଏନଏ ଟେଷ୍ଟ ପାଇଁ ନମୁନା ଦେଇ ପୁଅର ଶେଷ ଠିକଣାକୁ ଅପେକ୍ଷା କରିଛନ୍ତି ବାପା ।

ଗଣମାଧ୍ୟମରେ ସମ୍ପର୍କୀୟଙ୍କୁ ଦେଖିଲେ
ଏବେ ମିଳୁନି ପତ୍ତା, କଟକରେ ଚାଲିଛି ଖୋଜା
ଦିଲ୍ଲୀର ମହମ୍ମଦ ହନିଫ । ବିଭିନ୍ନ ରାଜ୍ୟରେ ସେ ପାଣି ପାଇପ ଭାବେ କାମ କରନ୍ତି । ଦୁର୍ଘଟଣା ପରଠାରୁ ତାଙ୍କ ପରିବାର ତାଙ୍କର କୌଣସି ଖବର ପାଉନାହାନ୍ତି । ହନିଫଙ୍କ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଛନ୍ତି । ଏହାରି ଭିତରେ ହନିଫ ଏକ ମେଡ଼ିକାଲ ବେଡରେ ବସିଥିବାର ଟିଭିରେ ଦେଖିବା ପରେ ପରିବାର ଲୋକ କଟକ ଅସିଛନ୍ତି । ମୋବାଲରେ ଭାଇର ଫଟୋ ଦେଖାଇ ଖୋଜଖୋଜି କରୁଛନ୍ତି । ଆଶା ରହିଛି , ହନିଫ ମିଳିଯିବେଆ ଆଉ ସେମାନଙ୍କ ସୁଖର ସଂସାର ପୁଣି ହସି ଉଠିବ ।

ଦାଦନ ଖଟିବାକୁ ଯାଇଥିଲେ, ଶବ ହୋଇ ଫେରିଲେ
ରୋଜଗାରିଆ ପୁଅକୁ ହରାଇ କାନ୍ଦୁଛି ପରିବାର
ବାହନଗା ଟ୍ରେନ ଟ୍ରାଜେଡି ଅନେକ ପରିବାର ପାଇଁ ଆଣିଦେଇଛି ଦୁଃଖ । ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ପୁଟକିଶୋଳ ଗାଁରେ କାନ୍ଦବୋବାଳି ପଡିଛି । ଏହି ଗାଁର ୪ ଜଣ ଯୁବକ ସାଙ୍ଗ ହୋଇ ଚେନ୍ନାଇ ଯାଉଥିଲେ ଦାଦନ ଖଟିବାକୁ । ହେଲେ ସେମାନଙ୍କ ସ୍ୱପ୍ନ ଧୂଳିସାତ ହୋଇଯାଇଛି । ୩ ଜଣ ସାଙ୍ଗ ପ୍ରାଣ ହରାଇଥିବାବେଳେ ଚତୁର୍ଥ ଯୁବକ ବ୍ରହ୍ମାକାନ୍ତ ଦାସ ଏବେ ବି ନିଖୋଜ ଅଛନ୍ତି । ପରିବାର ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି ।

ସରକାରୀ ତଥ୍ୟ ଅନୁସାରେ, ଟ୍ରେନ ଦୁର୍ଘଟଣାରେ ଓଡିଶାରୁ ୩୯ ଜଣ ପ୍ରାଣ ହରାଇଛନ୍ତି । ମୟୁରଭଞ୍ଜରୁ ଅଛନ୍ତି ୯ ଜଣ । ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ମଙ୍ଗଳପୁର ଗାଁର ଦୁଇଭାଇ ଅନୁରାଗ ଓ ଦିବୈନ୍ଦୁ ଯଶବନ୍ତପୁର ହାୱଡା ଏକ୍ସପ୍ରସରେ ଘରକୁ ଫେରୁଥିଲେ । କିନ୍ତୁ ଟ୍ରେନ ଦୁର୍ଘଟଣାରେ ଅନୁରାଗଙ୍ଗ ମୃତ୍ୟୁ ହୋଇଥିବାବେଳେ ଦିବୈନ୍ଦୁ ଗୁରୁତର ଆହତ ହୋଇଛନ୍ତି ।